Advertisment

ହତ୍ୟା ଅଭିଯୁକ୍ତଙ୍କ ସହ ମନ୍ତ୍ରୀଙ୍କ ଫଟୋ

ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଠିଥିବା ବେଳେ ଏବେ ଏତଲାରେ ନାଁ ଥିବା ଦୁଇ ଜଣ ଅଭିଯୁକ୍ତଙ୍କ ସହ ତାଙ୍କର ଫଟୋ ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶିଭୂଷଣ ବେହେରା ଓ ଚନ୍ଦ୍ର ସାରଥୀ ବେହେରାଙ୍କ ସହ ଅଭିଯୁକ୍ତର […]

ଅଦ୍ୟତନ ହୋଇଛି
ହତ୍ୟା ଅଭିଯୁକ୍ତଙ୍କ ସହ ମନ୍ତ୍ରୀଙ୍କ ଫଟୋ

lawminister1

Advertisment

ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଠିଥିବା ବେଳେ ଏବେ ଏତଲାରେ ନାଁ ଥିବା ଦୁଇ ଜଣ ଅଭିଯୁକ୍ତଙ୍କ ସହ ତାଙ୍କର ଫଟୋ ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶିଭୂଷଣ ବେହେରା ଓ ଚନ୍ଦ୍ର ସାରଥୀ ବେହେରାଙ୍କ ସହ ଅଭିଯୁକ୍ତର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି । ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

publive-imageଅଭିଯୁକ୍ତ ତଥା ନୃତାଙ୍ଗ ସରପଂଚଙ୍କ ସ୍ୱାମୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ ଅନ୍ୟ ଜଣେ ଅଭିଯୁକ୍ତ ତଥା ମାହାଙ୍ଗା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ସହ ମନ୍ତ୍ରୀ ଏବଂ ବିଧାୟକଙ୍କ ଏଭଳି ଫଟୋ ସାମ୍ନାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।

ଗୋଟିଏ ଫଟୋରେ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ସହ ଆଇନ ମନ୍ତ୍ରୀ ପ୍ରତାପ ଜେନା କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ସେହିପରି ଅନ୍ୟ ଏକ ଫଟୋରେ ମନ୍ତ୍ରୀଙ୍କ ସହ ଅଭିଯୁକ୍ତ ଭିକାରୀ ଚରଣ ସ୍ୱାଇଁ ବି ଉପସ୍ଥିତ ରହିଛନ୍ତି।  ଏହି ସମାନ ଫଟୋରେ ଭିକାରୀଙ୍କ ସହ ପ୍ରଫୁଲ୍ଲ ମଧ୍ୟ ନଜର ଆସିଛନ୍ତି ।

Advertisment

publive-imageସେପଟେ ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ଏଫଆଇଆର୍‌ ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ ଘଟଣାରେ ତାଙ୍କ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ ।

ସେ ଆହୁରି କହିଛନ୍ତି,  ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡ ପାଇବା ଲକ୍ଷ୍ୟ ହେଉ । ମୋ ତରଫରୁ ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ, ଦୋଷୀ କିପରି ତୁରନ୍ତ ଗିରଫ ହେଉ ଓ କଠୋରରୁ କଠୋର ଦଣ୍ଡ ପାଉ।

ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣି ବରାଳଙ୍କ ପୁଅ ରମାକାନ୍ତ। ସେମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁ ରହିଛି।

BjD Bjp Pratap Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe