ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏପରିକି ସେ ନବୀନଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନାହାନ୍ତି।
ଲେଖାଶ୍ରୀ କହିଛନ୍ତି, “ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରା ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସମାବେଶରେ ନାଚଗୀତରେ ମସଗୁଲ୍ ଥିଲେ। ମୁଖ୍ୟମନ୍ତ୍ରୀ ସିଆର୍ପିଏଫ୍ ଯବାନଙ୍କ ସହିତ ନାହାନ୍ତି, ସେ ଦେଶଦ୍ରୋହୀ। ସେହିପରି ବିଜେଡି ମଧ୍ୟ ସେନା ସହିତ ନାହିଁ, ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ସହ ଅଛି। ଏମାନଙ୍କୁ ଓଡ଼ିଆ ଜାତି କେବେ କ୍ଷମା ଦେବ ନାହିଁ।”
ସେ କହିଛନ୍ତି, “ସିନେ ତାରକାଙ୍କୁ ଆଣି ନାଚଗୀତ କଲେ। ବାଣ ଫୁଟାଇ ଉତ୍ସବ କଲେ। ଏପରି ଉତ୍ସବ ସହିଦ ଯବାନଙ୍କ ପ୍ରତି ଉପହାସ। ଏହା ଦେଶଦ୍ରୋହ ସହ ସମାନ।”
ଲେଖାଶ୍ରୀଙ୍କ ଏପରି ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Special
ରାଗିଂର ହଟ୍ସ୍ପଟ୍ ବ୍ରହ୍ମପୁର ମେଡିକାଲ୍ କଲେଜ!
2022ରୁ 2024 ପର୍ଯ୍ୟନ୍ତ ତିନି ବର୍ଷର ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ମେଡିକାଲ୍ କଲେଜରୁ 25ଟି ଅଭିଯୋଗ ଆସିଛି, ଯାହାକି ଦେଶରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭିତରେ ସବୁଠାରୁ ଅଧିକ ରହିଛି।

Politics
ବେଲଗାମ୍ ପ୍ରଶାସନ, ମାନୁନାହାନ୍ତି ସଚିବ: ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନାହାନ୍ତି ୮ସଚିବ
ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି ।

Politics
ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ, ଅନ୍ୟ ବରିଷ୍ଠ ନେତାଙ୍କୁ ଦେଲେ ଇସାରା
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି ।

Special
ଦୁର୍ନୀତିରେ ଉବୁଟୁବୁ ‘ଅଳକା’!
ପରିଚାଳନା ପରିଷଦ ବୈଠକ ଜରିଆରେ ବହୁମତକୁ ଗୁରୁତ୍ୱ ନ ଦେଇ ସଭାପତି ବିଶ୍ୱଜିତ୍ ରାଉତ ଅନେକ ମନମୁଖୀ ନିଷ୍ପତ୍ତି ନେବା ଯୋଗୁଁ, ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିପାରୁନଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ନ ଦେଇ ଠକି ଚାଲିଛନ୍ତି।

Politics
ବିଜେଡିର ‘ଲଣ୍ଠନ’ ରାଜନୀତି: ସଂଗଠନ ଓ ବିଧାୟକ ମଧ୍ୟରେ ଫାଟ, ପୁଣି ଦିଲ୍ଲୀ ଗଲେ ନବୀନ
ରାଜ୍ୟରେ କ୍ଷମତାସୀନ ବିଜେପି ପ୍ରତି ବିଜେଡି ନେତୃତ୍ୱ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ ସଂଗଠନ ଓ ବିଧାୟକମାନଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି ।