Advertisment

ନବୀନ ବାବୁ ଯବାନଙ୍କ ସହିତ ନାହାନ୍ତି, ସେ ଦେଶଦ୍ରୋହୀ: ଲେଖାଶ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏପରିକି ସେ ନବୀନଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନାହାନ୍ତି। ଲେଖାଶ୍ରୀ କହିଛନ୍ତି, “ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରା ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସମାବେଶରେ ନାଚଗୀତରେ ମସଗୁଲ୍ ଥିଲେ। ମୁଖ୍ୟମନ୍ତ୍ରୀ ସିଆର୍‌ପିଏଫ୍‌ ଯବାନଙ୍କ ସହିତ ନାହାନ୍ତି, ସେ ଦେଶଦ୍ରୋହୀ। ସେହିପରି ବିଜେଡି ମଧ୍ୟ ସେନା ସହିତ ନାହିଁ, […]

ଅଦ୍ୟତନ ହୋଇଛି
ନବୀନ ବାବୁ ଯବାନଙ୍କ ସହିତ ନାହାନ୍ତି, ସେ ଦେଶଦ୍ରୋହୀ: ଲେଖାଶ୍ରୀ

bjp1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏପରିକି ସେ ନବୀନଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନାହାନ୍ତି।

Advertisment

ଲେଖାଶ୍ରୀ କହିଛନ୍ତି, “ସହିଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରା ନିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସମାବେଶରେ ନାଚଗୀତରେ ମସଗୁଲ୍ ଥିଲେ। ମୁଖ୍ୟମନ୍ତ୍ରୀ ସିଆର୍‌ପିଏଫ୍‌ ଯବାନଙ୍କ ସହିତ ନାହାନ୍ତି, ସେ ଦେଶଦ୍ରୋହୀ। ସେହିପରି ବିଜେଡି ମଧ୍ୟ ସେନା ସହିତ ନାହିଁ, ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ସହ ଅଛି। ଏମାନଙ୍କୁ ଓଡ଼ିଆ ଜାତି କେବେ କ୍ଷମା ଦେବ ନାହିଁ।”

ସେ କହିଛନ୍ତି, “ସିନେ ତାରକାଙ୍କୁ ଆଣି ନାଚଗୀତ କଲେ। ବାଣ ଫୁଟାଇ ଉତ୍ସବ କଲେ। ଏପରି ଉତ୍ସବ ସହିଦ ଯବାନଙ୍କ ପ୍ରତି ଉପହାସ। ଏହା ଦେଶଦ୍ରୋହ ସହ ସମାନ।”

Advertisment

ଲେଖାଶ୍ରୀଙ୍କ ଏପରି ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe