Advertisment

ଆବୁଧାବିରୁ ଓଡ଼ିଆ ଯୁବକଙ୍କ ମରଶରୀର ଆଣିବା ନିମନ୍ତେ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆବୁଧାବିରୁ ଜଣେ ଓଡ଼ିଆ ଯୁବକଙ୍କ ମରଶରୀର ସ୍ୱଦେଶ ଫେରାଇ ଆଣିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଏହି ମୃତ ଯୁବକ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବ୍ଲକ ନାଥପୁର ଗ୍ରାମର ବିଭୂତିଭୂଷଣ ଜନା। ଆଜି ଆବୁଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ଚିଠି ଲେଖି ଶ୍ରୀ ପଣ୍ଡା ମୃତଦେହ ପଠାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି। ମୃତ ଯୁବକ ସୁରନ୍ଦ୍ରେ ଜେନାଙ୍କ ବଡପୁଅ। […]

ଅଦ୍ୟତନ ହୋଇଛି
ଆବୁଧାବିରୁ ଓଡ଼ିଆ ଯୁବକଙ୍କ ମରଶରୀର ଆଣିବା ନିମନ୍ତେ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ

Bibhuti

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆବୁଧାବିରୁ ଜଣେ ଓଡ଼ିଆ ଯୁବକଙ୍କ ମରଶରୀର ସ୍ୱଦେଶ ଫେରାଇ ଆଣିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଏହି ମୃତ ଯୁବକ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବ୍ଲକ ନାଥପୁର ଗ୍ରାମର ବିଭୂତିଭୂଷଣ ଜନା। ଆଜି ଆବୁଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ଚିଠି ଲେଖି ଶ୍ରୀ ପଣ୍ଡା ମୃତଦେହ ପଠାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି।

Advertisment

ମୃତ ଯୁବକ ସୁରନ୍ଦ୍ରେ ଜେନାଙ୍କ ବଡପୁଅ। ସେ ଆବୁଧାବିର ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବ ୮ ବର୍ଷ ହେବ କାମ କରୁଥିଲେ। ଗତମାସ ୨୮ ତାରିଖରେ କମ୍ପାନୀରେ କୌଣସି କାମ କରୁଥିବା ବେଳେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେଠାରେ ରହୁଥିବା ତାଙ୍କର ଜଣେ ସହକର୍ମୀ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତେବେ ମର ଶରୀରକୁ ଆଣିବା ନିମେନ୍ତ ଚାରିଆଡ଼ୁ ଚେଷ୍ଟା କରି ବିଫଳ ହେବା ପରେ ଉପାୟଶୂନ୍ୟ ହୋଇ ପରିବାର ଲୋକେ ଶ୍ରୀପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ି ଥିଲେ। ଅନୁରୋଧ କ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ବାବଦରେ ଅବଗତ କରିଛନ୍ତି। ଏକ ପତ୍ର ଲେଖି ବିଭୂତିଙ୍କ ମର ଶରୀର ଯଥାଶୀଘ୍ର ଭାରତ ଫେରାଇ ଆଣିବା ନିମନ୍ତେ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe