Advertisment

ମୁଣ୍ଡ ନେଲା ନୂଆ ବର୍ଷ: ମାହାଙ୍ଗାରେ ବିଜେପି ନେତାଙ୍କୁ ମର୍ଡ଼ର !

ସାଲେପୁର(ମନୋଜ ଆଚାର୍ଯ୍ୟ): ନୂଆ ବର୍ଷ ଆରମ୍ଭରୁ ରକ୍ତପାତ। ରାଜନୈତିକ ହିଂସାରୁ ମାହାଙ୍ଗାରେ ଗଡ଼ିଛି ମୁଣ୍ଡ। ମାହାଙ୍ଗା ଥାନା ନୃତ୍ତାଙ୍ଗ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଲେପୁର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀଙ୍କ ସହ ବାଇକ ଯୋଗେ ତାଙ୍କ ଘର ନୃତଙ୍ଗକୁ ଫେରୁଥିବା ବେଳେ ଜଂକୋଟି ନିକଟରେ […]

ଅଦ୍ୟତନ ହୋଇଛି
ମୁଣ୍ଡ ନେଲା ନୂଆ ବର୍ଷ: ମାହାଙ୍ଗାରେ ବିଜେପି ନେତାଙ୍କୁ ମର୍ଡ଼ର !

bjp

Advertisment

ସାଲେପୁର(ମନୋଜ ଆଚାର୍ଯ୍ୟ): ନୂଆ ବର୍ଷ ଆରମ୍ଭରୁ ରକ୍ତପାତ। ରାଜନୈତିକ ହିଂସାରୁ ମାହାଙ୍ଗାରେ ଗଡ଼ିଛି ମୁଣ୍ଡ। ମାହାଙ୍ଗା ଥାନା ନୃତ୍ତାଙ୍ଗ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଲେପୁର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀଙ୍କ ସହ ବାଇକ ଯୋଗେ ତାଙ୍କ ଘର ନୃତଙ୍ଗକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ମାରାଣାତ୍ମକ ଆକ୍ରମଣ କରିଥିଲେ । ଆକ୍ରମଣରେ କୁଳମଣି ବରାଳଙ୍କ ମୃତ୍ୟୁ ଘଟିବାବେଳେ ତାଙ୍କ ସହ ଥିବା ସହଯୋଗୀ ଦିବ୍ୟସିଂହ ବରାଳ ଗୁରୁତର ହୋଇ କଟକ ବଡ଼ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । କୁଳମଣିଙ୍କ ମୃତ ଶରୀର ମାହାଙ୍ଗା ମେଡିକାଲରେ ପଡ଼ି ରହିଛି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏନେଇ ମାହାଙ୍ଗା ମେଡିକାଲ ରେ ଉତ୍ତେଜନା ଲାଗିରହିଛି । ମେଡିକାଲରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା , ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ , କଟକ ଜିଲ୍ଲା ବିଜେପି ସଭାନେତ୍ରୀ ଯାଜ୍ଞଶିନୀ ଜେନା ପ୍ରମୁଖ ପହଞ୍ଚି ପୁଲିସ  ଅଧିକାରଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ ଦୋଷୀ ମାନକୁ ଗିରଫ କରିବାକୁ ଦାବି କରିଛନ୍ତି। ବିଜେଡି କର୍ମୀମାନେ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ମେଡିକାଲରେ ପହଂଛି କୁଳମଣି ମୃତଦେହ ଦେଖୁବାସହ ତୁରନ୍ତ ପୁଲିସ ଦୋଷୀମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ମେଡିକାଲରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି।

Advertisment

ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

https://twitter.com/dpradhanbjp/status/1345421751136579586?s=20

Mahanga Murder Case Kulamani Baral Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe