ନାବାଳିକା ଦୁଷ୍କର୍ମ ମାମଲା: ନବୀନଙ୍କୁ ଚେତାବନୀ ଦେଲା ବିଜେପି ମହିଳା ମୋର୍ଚ୍ଚା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ମୁଖ୍ୟମନ୍ତ୍ରୀଙ୍କୁ କୁଶପୁତ୍ତଳିକା ଦାହ କରାଯିବ ବୋଲି ଦଳ କହିଛି। ଆଜି ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍‌ ଏମ୍‌କେସିଜି ମେଡିକାଲ୍‌ରେ ପୀଡ଼ିତାଙ୍କୁ ଭେଟିଥିଲେ। ପରେ ପ୍ରଭାତୀ ପରିଡ଼ା […]

bjp

Rakesh Mallick
  • Published: Sunday, 04 November 2018
  • , Updated: 04 November 2018, 09:17 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ମୁଖ୍ୟମନ୍ତ୍ରୀଙ୍କୁ କୁଶପୁତ୍ତଳିକା ଦାହ କରାଯିବ ବୋଲି ଦଳ କହିଛି।

ଆଜି ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍‌ ଏମ୍‌କେସିଜି ମେଡିକାଲ୍‌ରେ ପୀଡ଼ିତାଙ୍କୁ ଭେଟିଥିଲେ। ପରେ ପ୍ରଭାତୀ ପରିଡ଼ା କହିଛନ୍ତି, “ଅଭିଯୁକ୍ତଙ୍କୁ ଧରିବାକୁ ନେଇ ପୁଲିସ୍‌ ଚାପରେ ରହିଛି।”

ସୂଚନାଯୋଗ୍ୟ, ଏହି ନାବାଳିକା ଦୁଷ୍କର୍ମ ମାମଲାକୁ ୪ ଦିନି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ।

ଆଜି ରାଜ୍ୟ ଶିଶୁ ଓ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ପୀଡିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବର୍ତ୍ତମାନ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଘଟଣାକୁ ଗୁରୁତ୍ବର ସହ ନିଆଯାଇଥିବା ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି। ସେ କହିଛନ୍ତି, “ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୀଡ଼ିତାର ପରିବାରକୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବ।”

https://youtu.be/QLuGo6gUey4

Related story