ପଜିଟିଭ ନା ନେଗେଟିଭ, ଦ୍ୱନ୍ଦ୍ୱରେ ବିଧାୟକ

ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟେଷ୍ଟ ରିପୋର୍ଟରେ ରହୁନି ତାଳମେଳ । ଏହାକୁ ନେଇ ବଢ଼ିଛି ଦ୍ୱନ୍ଦ । ନିଜ କରୋନା ରିପୋର୍ଟକୁ ନେଇ ରେଙ୍ଗାଲି ବିଧାୟକ ନାଉରୀ ନାଏକ ସନ୍ଦେହ ପ୍ରକାଶ କରିଛନ୍ତି । ଗତ ୧୯ ତାରିଖରେ ବିଧାନସଭା ପରିସରରେ ବିଧାୟକ ନାଉରୀ ନାଏକ କରୋନା ଟେଷ୍ଟ କରିଥିଲେ । ଏହାପରେ ଫୋନ କରି ତାଙ୍କ ରିପୋର୍ଟ ପଜିଟିଭ ଥିବା ତାଙ୍କୁ ଜଣାଇ ଦିଆଯାଇଥିଲା ।  ତେବ ଗତକାଲି ସେ ପୁଣି ଥରେ ICMR ଅନୁମୋଦିତ […]

bjp-mla-nauri

Jitendra Garnayak
  • Published: Saturday, 21 November 2020
  • , Updated: 21 November 2020, 02:50 PM IST

ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟେଷ୍ଟ ରିପୋର୍ଟରେ ରହୁନି ତାଳମେଳ । ଏହାକୁ ନେଇ ବଢ଼ିଛି ଦ୍ୱନ୍ଦ । ନିଜ କରୋନା ରିପୋର୍ଟକୁ ନେଇ ରେଙ୍ଗାଲି ବିଧାୟକ ନାଉରୀ ନାଏକ ସନ୍ଦେହ ପ୍ରକାଶ କରିଛନ୍ତି ।

ଗତ ୧୯ ତାରିଖରେ ବିଧାନସଭା ପରିସରରେ ବିଧାୟକ ନାଉରୀ ନାଏକ କରୋନା ଟେଷ୍ଟ କରିଥିଲେ । ଏହାପରେ ଫୋନ କରି ତାଙ୍କ ରିପୋର୍ଟ ପଜିଟିଭ ଥିବା ତାଙ୍କୁ ଜଣାଇ ଦିଆଯାଇଥିଲା ।  ତେବ ଗତକାଲି ସେ ପୁଣି ଥରେ ICMR ଅନୁମୋଦିତ ଘରୋଇ ସଂସ୍ଥାରେ ଟେଷ୍ଟ କରାଇଥିଲେ । ସେଥିରେ ତାଙ୍କ ସାମ୍ପଲ ନେଗେଟିଭ ଆସିଛି । ଏନେଇ ବିଧାୟକଙ୍କ ଦ୍ୱନ୍ଦ ବଢ଼ିଛି ।

ବିଧାୟକ କହିଛନ୍ତି, ସେ ଏନେଇ ସଚିବଙ୍କୁ ଅବଗତ କରାଇଛନ୍ତି । ବାଚସ୍ପତି ତାଙ୍କୁ ଆଉ ଥରେ କୋଭିଡ ଟେଷ୍ଟ କରିବାକୁ କହିଛନ୍ତି । ପୁନଃ ଟେଷ୍ଟ ନିର୍ଦ୍ଦେଶ ପରେ ତାଙ୍କର କ୍ୟାପଟାଲ ହସ୍ପିଟାଲ ପକ୍ଷରୁ ସ୍ୱାବ ସଂଗ୍ରହ କରାଯାଇଛି । କୋଭିଡ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ମନରେ ସନ୍ଦେହ ଆସୁଥିବା ବିଧାୟକ କହିଛନ୍ତି ।

Related story