/odisha-reporter/media/post_attachments/uploads/2020/07/bjp-2.jpg)
bjp
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ୍, ଡାକ୍ତର, ଶିକ୍ଷକ, ଅଫିସରଙ୍କ ପରେ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଆଜିକୁ ତିନି ଦିନ ତଳେ ତାଙ୍କର ରକ୍ତ ଓ ସ୍ୱାବ୍ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଥିଲା। ଆଜି ରିପୋର୍ଟ ନେଗେଟିଭ୍ ଆସିଛି। ଏହା ପରେ ଉପଜିଲ୍ଲାପାଳ, ତହସିଲ୍ ଓ ଏନ୍ଏସି ଅଫିସରେ ସାନିଟାଇଜ୍ କରାଯାଇଛି। ଜରୁରୀ କାମ ନଥିଲେ ସରକାରୀ ଅଫିସ୍କୁ ନଆସିବାକୁ ପରାମର୍ଶ ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି।
ଏହାରି ଭିତରେ ଚିନ୍ତା ବଢ଼ାଇଲାଣି ଜୁଲାଇ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୪୫୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଚାରି ଦିନରେ ପାଖାପାଖି ୨ ହଜାର ଆକ୍ରାନ୍ତ ବାହାରିଲେଣି। ସେହିପରି ମୋଟ୍ ପଜିଟିଭ୍ ସଂଖ୍ୟା ୧୦ ହଜାର ମୁହାଁ ହୋଇଛି। ଉଦ୍ବେଗର କଥା ହେଲା, ଏହି ମହାମାରୀ ପୁଣିଥରେ ଗଞ୍ଜାମ ଜିଲ୍ଲାରୁ ଜଣଙ୍କର ଓ ଯାଜପୁର ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଇଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ପହଞ୍ଚିଛି ୩୮ରେ। ସେପଟେ ନୂଆ ୧୬୬ ଆକ୍ରାନ୍ତ ସହ ହଟ୍ସ୍ପଟ୍ ଗଞ୍ଜାମରେ ସଂଖ୍ୟା ପହଞ୍ଚିଛି ୨୩୪୮ରେ। ଜିଲ୍ଲାରେ ପ୍ରାଣ ହରାଇଥିବା ୨୧ ଜଣଙ୍କ ମଧ୍ୟରୁ ୪ ଜଣ କୋଭିଡ୍ ଯୋଦ୍ଧା ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
ଏଣେ ରାଜଧାନୀ ଭୁବନେଶ୍ୱରରେ ପୁଣି ୧୭ ‘କରୋନା’ ପଜିଟିଭ୍ ଚିହ୍ନଟ ହେବାପରେ ସମୁଦାୟ ସଂଖ୍ୟା ୪୫୦ରେ ପହଞ୍ଚିଛି। କେବଳ ଭୁବନେଶ୍ୱରରେ ୬ ଜଣଙ୍କ ଜୀବନ ଯାଇଛି। ସେଥିପାଇଁ ଚଳିତ ସପ୍ତାହରୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ସେରୋଲଜିକାଲ୍ ସର୍ଭେ। ୨ରୁ ଅଢ଼େଇ ହଜାର ଟେଷ୍ଟ ସହିତ ସଂକ୍ରମଣକୁ ରୋକିବା ପାଇଁ ମାଇକ୍ରୋ ପ୍ଳାନ୍ କରାଯାଉଥିବା ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ପ୍ରତିଦିନ ଲୋକାଲ୍ କଣ୍ଟାକ୍ଟ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ତେବେ ସରକାର କହୁଛନ୍ତି ଗୋଷ୍ଠୀ ସଂକ୍ରମଣ ନେଇ ପ୍ରମାଣ ମିଳିନାହିଁ। ଅଧିକାଂଶ କଣ୍ଟାକ୍ଟ ଟ୍ରେସିଂରୁ ପଜିଟିଭ୍ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
