ବିଜେପୁରକୁ ନେଇ ବାଣ ଛାଡ଼ିଲେ ସୁରେଶ: କହିଲେ- ନବୀନ କେବଳ କନ୍‌ସିଭ୍‌ କରନ୍ତି, ଡେଲିଭରି କରନ୍ତିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ନବୀନ ବାବୁଙ୍କୁ ପଶ୍ଚିମ ଓଡ଼ିଶାର ଇତିହାସ କେବେ କ୍ଷମା ଦେବନାହିଁ। ସେ ବିଜେପୁର ଓ ବରଗଡ଼ବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ଏଠାକାର ଲୋକଙ୍କ ସହ ନବୀନ ପ୍ରତାରଣା କରିଛନ୍ତି।” ବିଜେପିର ବରିଷ୍ଠ ନେତା ତଥା ନବନିର୍ବାଚିତ ବରଗଡ଼ ସାଂସଦ ସୁରେଶ ପୁଜାରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏହିଭଳି କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ ମଧ୍ୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଉକ୍ତ ଆସନ […]

SURES-PUJARI

SURES-PUJARI

Jagamohan Maharana
  • Published: Monday, 03 June 2019
  • Updated: 03 June 2019, 07:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): "ନବୀନ ବାବୁଙ୍କୁ ପଶ୍ଚିମ ଓଡ଼ିଶାର ଇତିହାସ କେବେ କ୍ଷମା ଦେବନାହିଁ। ସେ ବିଜେପୁର ଓ ବରଗଡ଼ବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ଏଠାକାର ଲୋକଙ୍କ ସହ ନବୀନ ପ୍ରତାରଣା କରିଛନ୍ତି।" ବିଜେପିର ବରିଷ୍ଠ ନେତା ତଥା ନବନିର୍ବାଚିତ ବରଗଡ଼ ସାଂସଦ ସୁରେଶ ପୁଜାରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏହିଭଳି କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି।

ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ ମଧ୍ୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଉକ୍ତ ଆସନ ଛାଡ଼ିଦେବା ନେଇ ଘୋଷଣା କରିବା ପରେ ଶ୍ରୀ ପୁଜାରୀ ଗଣମାଧ୍ୟମକୁ ଏଭଳି କହିଛନ୍ତି। ସେ କହିଛନ୍ତି, ଲେମ୍ବୁ ଚିପୁଡ଼ି ସାରିଲା ପରେ ଚୋପା ଫିଙ୍ଗିଦେଲା ଭଳି ନବୀନ ବାବୁ ବ୍ୟବହାର ଦେଖାଇଛନ୍ତି। କାମ ସରିଗଲା ପରେ ‘ୟୁଜ୍‌ ଆଣ୍ଡ୍‌ ଥ୍ରୋ’ ବସ୍ତୁକୁ ଯେମିତି ଫିଙ୍ଗିଦିଆଯାଏ, ନବୀନ ଠିକ୍‌ ସେହିଭଳି ଆଚରଣ ଦେଖାଇଛନ୍ତି। ଏହି କଳାରେ ନବୀନ ବାବୁ ଜଣେ ମାଷ୍ଟର ଓ ଏହାର ଜବାବ୍‌ ତାଙ୍କୁ ନିଶ୍ଚୟ ମିଳିବ ବୋଲି ସେ କହିଛନ୍ତି।

ଖାଲି ସେତିକି ନୁହେଁ, ନବୀନ ବାବୁ ବିଜେପୁରବାସୀଙ୍କ ସେବା କରିବା ଉଦ୍ଦେଶ୍ୟରେ ସେଠାରୁ ନିର୍ବାଚନ ଲଢ଼ି ନଥିଲେ, ବରଂ ଏହା ତାଙ୍କର ଏକ ରାଜନୀତିକ ଚାଲ୍ ଥିଲା ବୋଲି ସୁରେଶ କହିଛନ୍ତି। ସେ କହିଛନ୍ତି, "କୌଣସି ନିର୍ବାଚନ ମଣ୍ଡଳୀରୁ କେହି ଜିତିବା ଅର୍ଥ ହେଉଛି, ସେଠାକାର ଲୋକ ତାଙ୍କୁ ବିଧାୟକ ଭାବରେ ଚୟନ କରିଛନ୍ତି। ତେଣୁ ଆସନ୍ତା ୫ ବର୍ଷ ପାଇଁ ସେମାନଙ୍କର ସମସ୍ୟା ସମାଧାନ କରିବାର ଉତ୍ତରଦାୟିତ୍ୱ ନେବା ହେଉଛି ଜଣେ ବିଧାୟକଙ୍କର କର୍ତ୍ତବ୍ୟ। କିନ୍ତୁ ଏମିତି ପାଞ୍ଚ-ସାତ ଦିନରେ ପଳାୟନପନ୍ଥୀ ଉପାୟ ଅବଲମ୍ବନ କରିବା ସୂଚାଇ ଦେଉଛି ଯେ, ନବୀନ ବାବୁଙ୍କର ପଶ୍ଚିମ ଓଡ଼ିଶା ଲୋକଙ୍କ ପ୍ରତି କେତେ ସହାନୁଭୂତି ରହିଛି।"

ସେ ପୁଣି କହିଛନ୍ତି, ପୂର୍ବରୁ ବିଜେପୁରରେ ହୋଇଥିବା ଉପନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଯେଉଁ ପ୍ୟାକେଜ୍‌ ଘୋଷଣା କରିଥିଲେ, ଆଜି ପର୍ଯ୍ୟନ୍ତ ତାହା ଲୋକଙ୍କ ପାଖରେ ପହଞ୍ଚିନାହିଁ। ଆଉ ଏବେ ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହା କେବେ ଲୋକଙ୍କୁ ମିଳିବ ତାହା କାହାକୁ ଜଣାନାହିଁ। ଏଥିରୁ ଜଣାପଡ଼ୁଛି ନବୀନ ବାବୁ କେବଳ କନସିଭ୍‌ କରନ୍ତି, ହେଲେ କେବେ ଡେଲିଭରି କରନ୍ତି ନାହିଁ। କିନ୍ତୁ ତାଙ୍କର ଏହି ଇସ୍ତଫା ବରଗଡ଼ ଜିଲ୍ଲା ପାଇଁ ପ୍ରତାରଣା, ବିଜେପୁର ପାଇଁ ପ୍ରତାରଣା ଏବଂ ସାମଗ୍ରୀକ ଭାବେ ପଶ୍ଚିମଓଡ଼ିଶାପାଇଁ ବିଶ୍ୱାସଘାତକତା ହେଲା ବୋଲି ସେ କହିଛନ୍ତି।

ଶ୍ରୀ ପୂଜାରୀ କହିଛନ୍ତି, "ମୋର ନବୀନ ବାବୁଙ୍କୁ ଗୋଟିଏ ପ୍ରଶ୍ନ ଯେ, ସେ ଗତ ୨୦ ବର୍ଷ ଧରି ହିଞ୍ଜିଳିରୁ ଲଗାତାର ଜିତି ଆସୁଛନ୍ତି। ଏଠି ବିଜେପୁରବାସୀ ତାଙ୍କୁ ବିଜୟୀ କରିଥିଲେ ମଧ୍ୟ ମାତ୍ର ୫ ବର୍ଷ ଏଠାରେ ରହିବା ପାଇଁ ଆଗ୍ରହ ପ୍ରକାଶ କାହିଁକି କଲେ ନାହିଁ ? ଏତେ ଚଞ୍ଚଳ ସେ ସନ୍ତୁଷ୍ଟ ହୋଇଗଲେ କେମିତି ? ୨୦ ବର୍ଷ ହିଞ୍ଜିଳିକୁ ଦେଲେ, ୫ ବର୍ଷ ବିଜେପୁରକୁ ଦେଇଥିଲେ କଣ ହୋଇ ନଥାନ୍ତା ? ମତେ ଲାଗୁଛି ଏ ଅଞ୍ଚଳର ଲୋକମାନଙ୍କୁ ନବୀନ ବାବୁ ବୋଧେ ବୋକା ଭାବୁଛନ୍ତି। କିନ୍ତୁ ଏହା ସତ୍ୟ ଯେ, ଏଠାରୁ ନବୀନ ବାବୁ ଇସ୍ତଫା ଦେଲା ପରେ ଏ ପଶ୍ଚିମ ଓଡ଼ିଶାର ଇତିହାସ ତାଙ୍କୁ କେବେ କ୍ଷମା ଦେବନାହିଁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story