ଓଡ଼ିଶା ଆସିବେ ବିଜେପି ସଭାପତି ଜେପି ନଡ୍ଡା

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସିବେ ବିଜେପି ସଭାପତି ଜେପି ନଡ୍ଡା। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି,  ଚଳିତ ମାସ ଶଷ ସପ୍ତାହରେ  ଓଡ଼ିଶା ବିଜେପିରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ ଶିବିରରେ ଜେପି ନଡ୍ଡା ଯୋଗଦେବେ।

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ସେପ୍ଟେମ୍ବରରେ  ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଂଲ ଓଡ଼ିଶା ଆସିବେ। ଏହାସହ  ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ମଧ୍ୟ  ସେପ୍ଟେମ୍ବରରେ ଓଡ଼ିଶା ଆସିବେ।  କେତେ ତାରିଖରେ  ଆସିବେ ସେନେଇ ତାରିଖ  ଚୂଡ଼ାନ୍ତ ହୋଇନାହିଁ।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।