Advertisment

ଦୁବାଇରେ ଫସିଥିବା ଅସୁସ୍ଥ ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁବାଇରେ ଫସିଥିବା ଅସୁସ୍ଥ ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଓଡ଼ିଆ ଯୁବକ ବାଇଧର ଘଡ଼ାଇଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପନ୍ତୁରୀ ଗାଁର ବାଇଧର ଘଡ଼ାଇ କର୍ମ ସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ […]

ଦୁବାଇରେ ଫସିଥିବା ଅସୁସ୍ଥ ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଉଦ୍ୟମ

baidhar

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁବାଇରେ ଫସିଥିବା ଅସୁସ୍ଥ ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଓଡ଼ିଆ ଯୁବକ ବାଇଧର ଘଡ଼ାଇଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବୈଜୟନ୍ତ ପଣ୍ଡା।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପନ୍ତୁରୀ ଗାଁର ବାଇଧର ଘଡ଼ାଇ କର୍ମ ସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ସେ ୫ ମାସ ଧରି କାମ କରୁଥିଲେ। କିନ୍ତୁ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ଚିକିତ୍ସାରେ କୌଣସି ସୁଫଳ ନମିଳିବାରୁ କଂପାନୀରୁ ଇସ୍ତଫା ଦେଇ ବାଇଧର ଭାରତ ଫେରିଆସିବାକୁ ସ୍ଥିର କରିଥିଲେ। ତେବେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ଅବ୍ୟାହତି ଦେଇନଥିଲେ କି ବକେୟା ଦରମା ଦେଉନଥିବା ବାଇଧର ପରିବାର ଲୋକଙ୍କୁ ଜଣାଇଥିଲେ।

ଅସହାୟ ବାଇଧର ଅର୍ଥ ଅଭାବରୁ ଭୋକ ଉପାସରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ନେଇ ବାଇଧରଙ୍କ ବାପା ନିରାକାର ଘଡ଼ାଇ ପୁଅକୁ ସ୍ୱଦେଶ ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ। ବୈଜୟନ୍ତ ନିଜେ ହସ୍ତକ୍ଷେପ କରିବାର ସହ ଦୁବାଇରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe