Advertisment

'କୁଳମଣି ଓ ଦିବ୍ୟସିଂହ ଆପଣଙ୍କ ଛୁଆ ନୁହନ୍ତି କି ନବୀନ ବାବୁ?'

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ”ନବୀନ ବାବୁ ଆପଣ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ଆପଣଙ୍କ ଛୁଆ। କୁଳମଣି ବାବୁ ଏବଂ ଦିବ୍ୟସିଂହ ବରାଳ କ’ଣ ଆପଣଙ୍କ ଛୁଆ ନଥିଲେ? ସେହିପରି ବର୍ଷେ ତଳେ ହତ୍ୟାର ଶିକାର ହୋଇଥିବା ବିକାଶ ଜେନା କ’ଣ ଆପଣଙ୍କ ଛୁଆ ନଥିଲେ? ତା’ହେଲେ ଆପଣ କାହିଁକି ସେମାନଙ୍କୁ ସୁରକ୍ଷା ଯୋଗାଇ ପାରିଲେ ନାହିଁ।” ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି କିଛି ଢଙ୍ଗରେ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। […]

ଅଦ୍ୟତନ ହୋଇଛି
'କୁଳମଣି ଓ ଦିବ୍ୟସିଂହ ଆପଣଙ୍କ ଛୁଆ ନୁହନ୍ତି କି ନବୀନ ବାବୁ?'

naveen-purandeswari

Advertisment

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ''ନବୀନ ବାବୁ ଆପଣ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀ ଆପଣଙ୍କ ଛୁଆ। କୁଳମଣି ବାବୁ ଏବଂ ଦିବ୍ୟସିଂହ ବରାଳ କ'ଣ ଆପଣଙ୍କ ଛୁଆ ନଥିଲେ? ସେହିପରି ବର୍ଷେ ତଳେ ହତ୍ୟାର ଶିକାର ହୋଇଥିବା ବିକାଶ ଜେନା କ'ଣ ଆପଣଙ୍କ ଛୁଆ ନଥିଲେ? ତା'ହେଲେ ଆପଣ କାହିଁକି ସେମାନଙ୍କୁ ସୁରକ୍ଷା ଯୋଗାଇ ପାରିଲେ ନାହିଁ।'' ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି କିଛି ଢଙ୍ଗରେ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ।

Advertisment

ମାହାଙ୍ଗର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାକୁ ନେଇ ଆଜି ନୃତ୍ତାଙ୍ଗରେ ଏକ ସମ୍ବାଦିକ ସମ୍ମିଳନୀ କରି ବିଜେପି ପ୍ରଭାରୀ କହିଥିଲେ, ନବୀନ ବାବୁ ଆପଣ କାହିଁକି ଚୁପ ବସିଛନ୍ତି। ବାହାରକୁ ଆସନ୍ତୁ। ଟିକେ ଆଖି ଖୋଲି ଦେଖନ୍ତୁ। ଟିକେ କାନ ଦେଇ ଶୁଣନ୍ତୁ। ଆପଣଙ୍କ ରାଜ୍ୟରେ ଲୋକେ ଯେତେ କଷ୍ଟରେ ଅଛନ୍ତି, ନିଶ୍ଚିତ ଭାବେ ଆଉ କେଉଁଠି ସେମିତି ନଥିବେ। ଆପଣ ଥରେ କହିଥିଲେ ଯେ ରାଜ୍ୟର ସାଢ଼େ ୪ କୋଟି ଲୋକ ଆପଣଙ୍କ ଛୁଆ। ତା’ହେଲେ କୁଳମଣି ବାବୁ ଆପଣଙ୍କ ଛୁଆ ଥିଲେ। ଦିବ୍ୟସିଂହ ବରାଳ ଆପଣଙ୍କ ଛୁଆ ଥିଲେ। ବର୍ଷେ ତଳେ ହତ୍ୟାର ଶିକାର ହୋଇଥିବା ବିକାଶ ଜେନା ଆପଣଙ୍କ ଛୁଆ ଥିଲେ। କିନ୍ତୁ କାହିଁକି ଆପଣ ସେମାନଙ୍କୁ ସୁରକ୍ଷା ଦେଇପାରିଲେନି? ଏହା ଆମେ ଆପଣଙ୍କୁ ଓ ଆପଣଙ୍କ ସରକାରକୁ ପଚାରିବାକୁ ଚାହୁଁଛୁ। ଆପଣ ସେମାନଙ୍କୁ ନ୍ୟାୟ ଦିଅନ୍ତୁ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଆହୁରି କହିଥିଲେ,  ଆପଣଙ୍କ ଉପରେ ବିଶ୍ୱାସ କରି ହିଁ ଏଠାକର ଲୋକମୋନେ ଆପଣଙ୍କୁ ଭୋଟ ଦେଇଛନ୍ତି। ଯଦି ଆପଣ ସେମାନଙ୍କୁ ନ୍ୟାୟ ପ୍ରଦାନ ନ କରିବେ, ତା’ହେଲେ ସେମାନଙ୍କ ବିଶ୍ୱାସ ଭାଙ୍ଗିଯିବ। ଆପଣ ଆଗକୁ ଆସି ଏଠାକାର ଲୋକଙ୍କ ସହ ଛିଡ଼ା ହୁଅନ୍ତୁ। ରାଜ୍ୟରେ ଘଟୁଥିବା ଦୁର୍ନୀତି ଓ ହତ୍ୟା ଘଟଣା ଉପରେ ଦୃଷ୍ଟି ପକାନ୍ତୁ। ଓଡ଼ିଶାରେ ଲୋକମାନେ ଯେତିକି ଦୁଃଖକଷ୍ଟ ଭୋଗୁଛନ୍ତି, ତାହା ଅନ୍ୟ ରାଜ୍ୟରେ ଆଉ କେଉଁଠି ଦେଖିବାକୁ ମିଳୁନାହିଁ। ଏତେ ସବୁ ପରେ ମଧ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଥିଲେ।

Advertisment

ସେ କହିଥିଲେ, ନୃତଙ୍ଗ ଗାଁର ମୃତ ବିଜେପିର ବରିଷ୍ଠ ନେତା କୂଳମଣି ବରଳାଙ୍କ ପରିବାର ଲୋକଙ୍କୁ ଏତେ ମାତ୍ରାରେ ହଇରାଣ କରିବା ନବୀନ ବାବୁଙ୍କ ପାଇଁ ଠିକ୍‌ ନୁହେଁ। ନଚେତ ସେମାନଙ୍କ ଆକ୍ରୋଶ ଆପଣଙ୍କ ଉପରେ ଅଭିଶାପ ହୋଇ ପଡିପାରେ।ଏଠାକାର ରାଜ୍ୟ ସରକାର ଦୁର୍ନୀତିରେ  ବୁଡ଼ି ରହିଛନ୍ତି। ବର୍ଷକ ତଳେ ପିଏମ୍‌ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠଇବା ପରେ ବିକାଶ ଜେନାଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରାଯାଇଥିଲା। ଆଉ ଏବେ ବିଜେପି ନେତା କୁଳମଣି ଏବଂ ସହଯୋଗୀ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଛି। ଏହା ସବୁଠାରୁ ବଡ଼ ଦୁଃଖଦ ଘଟଣା। ଆମେ ତାଙ୍କ ପରିବାର ସହ ଅଛୁ, ତାଙ୍କୁ ନ୍ୟାୟ ମିଳିବା ଯାଏଁ ତାଙ୍କ ସହ ରହିବୁ।

ପୁରନ୍ଦେଶ୍ୱରୀ ଆହୁରି କହିଥିଲେ, ଏହି ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ନେଇ ମୃତ କୁଳମଣି ବରାଳଙ୍କ ପୁଅ ବୟାନ ଦେଇଥିଲେ। ଏଫ୍‌ଆଇରରେ ମଧ୍ୟ ପ୍ରତାପ ଜେନାଙ୍କ ନାଁ ରହିଛି । ଏହାସତ୍ତ୍ୱେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ବିଜେପି ରାଜ୍ୟ ପ୍ରଭାରୀ ପ୍ରଶ୍ନ କରିଥିଲେ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe