Advertisment

ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ବିଜେପି କଲା ରଣନୀତି

ବିଜେପି କହିଛି, ଆଗାମୀ ୩ ମାସ ଭିତରେ ପ୍ରତି ବୁଥ୍‌ ସ୍ତରରେ ଦଳୀୟ ସଂଗଠନକୁ ମଜଭୂତ କରିବା ନିମନ୍ତେ କାମ କରାଯିବ।

BJP Meeting

BJP meeting

Advertisment

୨୦୨୪ରେ କ୍ଷମତାକୁ ଆସିବା ପାଇଁ ବିଜେପି ତିଆରି କରିଛି ରଣନୀତି। ଗତକାଲି ପଦାଧିକାରୀ ବୈଠକ ପରେ ଆଜି ପ୍ରଥମେ ବସିଥିଲା କୋର୍ କମିଟି ବୈଠକ। ସେଥିରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପରେ ଆରମ୍ଭ ହୋଇଥିଲା ରାଜ୍ୟ କାର୍ଯ୍ୟକାରିଣୀ। ଯେଉଁଥିରେ ବିଜେଡି ସରକାର ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ। ଆଉ ଫୋକସ୍‌ ଥିଲା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରାମର୍ଶ ।

Advertisment

ରାଜ୍ୟ ବିଜେପି କହିଛି, ରାଜ୍ୟ ଶାସନ ବ୍ୟବସ୍ଥା ଅମଲାତନ୍ତ୍ର କବ୍‌ଜାରେ ରହିଛି। ଜନ ପ୍ରତିନିଧି ଅସହାୟ ଅବସ୍ଥାରେ ରହିଛନ୍ତି ଓ ଗଣତନ୍ତ୍ର ବିପଦରେ ପଡ଼ିଛି। ଏହାଦ୍ୱାରା ବିକାଶ କ୍ଷେତ୍ର ବାଧାପ୍ରାପ୍ତ ହେଉଛି।

ବିଜେପି ଏ ଅଭିଯୋଗ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରି ହୋଇଛି। କେବେଳ ସେତିକ ନୁହେଁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନଆସିବା, ପ୍ରଶ୍ନକାଳରେ ମନ୍ତ୍ରୀମାନେ ଉପସ୍ଥିତ ନରହିବା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ସାରା ଓଡ଼ିଶାରେ ସ୍ଥାଣୁତା ଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଗାଁ ଗାଁକୁ ନେବାକୁ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି। ଦଳ ଏୟା ବି ଅଭିଯୋଗ କରିଛି, ରାଜ୍ୟ ସରକାର ନିଜ ମଳିନ ଛବିକୁ ଘୋଡ଼ାଇବାକୁ ହକିକୁ ଆୟୁଧ କରିଛନ୍ତି। ଗତ ହକି ବିଶ୍ୱକପ୍ ବେଳେ ୬୭ କୋଟି ଖର୍ଚ୍ଚ କରିଥିବାବେଳେ ଏଥର ପ୍ରାୟ ୧୨ ଶହ କୋଟି ଖର୍ଚ୍ଚ କରିବା କଥା ବି ରାଜ୍ୟ ବିଜେପି ଉଠାଇବ ବୋଲି କହିଛି।

Advertisment

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଏଠାରେ ସରକାରକୁ କିଏ ଚଳାଉଛି ଜଣାପଡୁ ନାହିଁ। ଏହା ଜନସାଧାରଣ ବି ଅନୁଭବ କରୁଛି। ରାଜ୍ୟ ସରକାରଙ୍କ ଅପରଗତା ନେଇ ବିଜେପି ଲୋକଙ୍କ ପାଖକୁ ଯିବ।

ଆଗକୁ ନିର୍ବାଚନ ଥିବାରୁ ବିଜେଡି ବିରୋଧରେ ବଡ଼ ଲଢ଼େଇ ପାଇଁ ଦଳ ପ୍ରସ୍ତୁତ କରିଛି ରୋଡ୍‌ ମ୍ୟାପ୍। ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ କେଳେଙ୍କାରୀ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଦୁଷ୍କର୍ମ ବଢିବା, ବେକାରୀ ସମସ୍ୟା, ଚାଷୀ ସମସ୍ୟା ସହ ମଣ୍ଡି ଅବ୍ୟବସ୍ଥା, ଶିକ୍ଷକ ଅଭାବ ଓ ଶିକ୍ଷା ଭିତ୍ତଭୂମି ଦୁର୍ବଳ, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ରାଜନୀତିରେ ଅପରାଧୀକରଣ, ଆଦିବାସୀ-ଦଳିତଙ୍କୁ ଅଣଦେଖା, ପଛୁଆ ବର୍ଗଙ୍କୁ ଅବହେଳା, ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ଆନ୍ଦୋଳନ କରିବ ଦଳ। ଆଉ ଏଥିପାଇଁ ବୁଥ୍‌ସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା ସହ ମଣ୍ଡଳଓ୍ୱାରୀ ନେତାଙ୍କୁ ସଂଗଠନ ବିସ୍ତାର ପାଇଁ ଦାୟିତ୍ୱ ଦିଆଯାଇଛି ।

ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, ଆଗାମୀ ୩ ମାସ ଭିତରେ ପ୍ରତି ବୁଥ୍‌ ସ୍ତରରେ ଦଳୀୟ ସଂଗଠନକୁ ମଜଭୂତ କରିବା ନିମନ୍ତେ କାମ କରାଯିବ। ବୁଥ୍‌ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରି ସରକାରଙ୍କ ଦୋଷତ୍ରୁଟିକୁ ପଦାରେ ପକାଇ ଦିଆଯିବ।

ଏନେଇ କାଉଣ୍ଟର ଜବାବ ରଖି ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି, ବିଜେପି କ୍ୟାଡରମାନେ ଫ୍ରଷ୍ଟେଟ ହୋଇଗଲେଣି। ଲୋକଙ୍କ ସମସ୍ୟା ସମାଧାନ କରିପାରୁନାହାନ୍ତି। ତେଣୁ ଲୋକେ ଏହି ଦଳକୁ ପ୍ରତ୍ୟାଖାନ କରୁଛନ୍ତି।

କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବା ସହ ଧନ୍ୟବାଦ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି। କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା, ପିଏମ୍ ଆବାସରେ ଘର ଦେବା, ଏସ୍ଏଚଜିଙ୍କୁ କେନ୍ଦ୍ର ଦେଉଥିବା ସହାୟତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛି ବିଜେପି।

ବିଜେପି କୋର କମିଟି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ଼ି. ପୁରେନ୍ଦେସ୍ୱରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe