Advertisment

‘ମୋ ଉପରେ ଆକ୍ରମଣ ହେବ, ବିଜେପି ଲୋକେ କେବେବି ଚୁପ୍ ବସିବେନି’

ପଦ୍ମପୁର(ଓଡ଼ିଶା ରିପୋର୍ଟର): ‘ମୋ ଉପରେ ଓ ଆମ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହେବ, ତେବେ ବିଜେପିର ଲୋକେ କେବେବି ବି ଚୁପ୍ ବସିବନି। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ପୂର୍ବରୁ ପୁଲିସ ସେ ଦିଗରେ କାମ କରୁ।’ ଗତକାଲି ରାତିରେ ଆକ୍ରମଣର ଶିକାର ପରେ ଗଣମାଧ୍ୟମ ଆଗରେ ଏଭଳି ଭାବେ ନିଜର ପ୍ରତିକ୍ରିୟା ରଖି ପ୍ରଶାସନ ଓ ବିଜେଡିକୁ କଡ଼ା ଚେତାବନୀ ଦେଇଛନ୍ତି ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସେ ଆଜି ପଦ୍ମପୁର ଦଳୀୟ […]

ଅଦ୍ୟତନ ହୋଇଛି
‘ମୋ ଉପରେ ଆକ୍ରମଣ ହେବ, ବିଜେପି ଲୋକେ କେବେବି ଚୁପ୍ ବସିବେନି’

pradip

Advertisment

ପଦ୍ମପୁର(ଓଡ଼ିଶା ରିପୋର୍ଟର): ‘ମୋ ଉପରେ ଓ ଆମ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହେବ, ତେବେ ବିଜେପିର ଲୋକେ କେବେବି ବି ଚୁପ୍ ବସିବନି। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ପୂର୍ବରୁ ପୁଲିସ ସେ ଦିଗରେ କାମ କରୁ।’ ଗତକାଲି ରାତିରେ ଆକ୍ରମଣର ଶିକାର ପରେ ଗଣମାଧ୍ୟମ ଆଗରେ ଏଭଳି ଭାବେ ନିଜର ପ୍ରତିକ୍ରିୟା ରଖି ପ୍ରଶାସନ ଓ ବିଜେଡିକୁ କଡ଼ା ଚେତାବନୀ ଦେଇଛନ୍ତି ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସେ ଆଜି ପଦ୍ମପୁର ଦଳୀୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ କରି ଏଭଳି ଆକ୍ରମଣ ଘଟଣାକୁ ନେଇ କାନ୍ଦି ପକାଇଥିଲେ।

Advertisment

ପଦ୍ମପୁର ଉପନିର୍ବାଚନ ପାଇଁ ମୈଦାନ ସରଗରମ ଥିବା ବେଳେ ଆକ୍ରମଣ ହୋଇଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ସେ।

ପ୍ରଦୀପ ଅଭିଯୋଗ କରିଛନ୍ତି, ସବୁ ପ୍ରକାର ରଣକୌଶଳ କରି ବିଫଳ ହେବା ପରେ ଶାସକ ଦଳ ଗୁଣ୍ଡାଗର୍ଦ୍ଦି କରୁଛି। ଗତକାଲି ରାତି ୯ଟାରେ ପାଇକମାଳ ଥାନା ଅନ୍ତର୍ଗତ ପଖେଲ ଗାଁରେ ପ୍ରଚାର ସଭା ଚାଲିଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ୮ରୁ ୧୦ ଜଣ ଏଥିରେ ସାମିଲ ଥିଲେ। ସରକାରୀ ଦଳର ଗୁଣ୍ଡାମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି। ନବ ଦାସଙ୍କ ସମର୍ଥକ ଗୁଣ୍ଡାମାନେ ଆକ୍ରମଣ କରିବା ବେଳେ ବିଜେପିର କାର୍ଯ୍ୟକର୍ତ୍ତା ସୁନିଲ ଆହତ ହୋଇଛନ୍ତି। ଏହି ଗୁଣ୍ଡାମାନେ ସୁନିଲଙ୍କ ଘର ଓ ଥୁଆ ହୋଇଥିବା ଗାଡି ଭାଙ୍ଗି ଦେଇଥିଲେ। ପରେ ମାଇକ ଭାଙ୍ଗି, ଟେଣ୍ଟ ଚିରି ପକାଇଥିଲେ। ଗ୍ରାମବାସୀ ଓ ସ୍ଥାନୀୟ ମହିଳା ସୁରକ୍ଷା ଦେବାରୁ ସେ ଜୀବନ ବଞ୍ଚାଇ ପାରିଛନ୍ତି। ତାଙ୍କୁ ମାରିବାକୁ ବିଜେଡି ପୁରସ୍କାର ଘୋଷଣା କରିଛି। ଏନେଇ ଅଭିଯୋଗ ସତ୍ତ୍ୱେ ପୁଲିସ କୌଣସି ପଦକ୍ଷେନ ନ ନେଇ ଏହି ଗୁଣ୍ଡାମାନଙ୍କୁ ସୁରକ୍ଷା ଦେଉଛି। କୌଣସି ଗୋଟାଏ ସ୍ଥାନରେ ଗଣ୍ଡଗୋଳ ହେଲେ ପୁଲିସ ଏହାକୁ ସମାଧାନ କରିବା କଥା, ନଚେତ୍ ଏହା ଚାରିଆଡକୁ ବ୍ୟାପୀ ଯିବ। ତେଣୁ ପୁଲିସ ଆଇନ ଶୃଙ୍ଖଳା ବିଗିଡ଼ିବା ପୂର୍ବରୁ ଉଚିତ୍ ପଦକ୍ଷେପ ନେଉ।

Advertisment

ତେବେ ପ୍ରଦୀପଙ୍କ ଅଭିଯୋଗ ଉପରେ ବିଜେଡି କିମ୍ବା ପୁଲିସ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

PadampurBypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe