Advertisment

‘ସମ୍ବଲପୁର ଓକିଲ ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ତୁରନ୍ତ ସ୍ୱାଭାବିକ ସ୍ଥିତି ଫେରାଇ ଆଣନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଘଟିଥିବା ହିଂସା ଘଟଣାକୁ ନେଇ ବହୁ ଓକିଲଙ୍କୁ ବନ୍ଧା ଯାଇଥିବା ବେଳେ ବହୁ ଓକିଲଙ୍କ ଲାଇସେନ୍ସ ବାତିଲ ହୋଇଛି। ଏପରି ସ୍ଥିତିରେ ସମ୍ବଲପୁର କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ହଇରାଣ ହେଉଛନ୍ତି ଗରିବ ଲୋକ । ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବା ବେଳେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି  ସାଂସଦ । ଏପରିକି […]

ଅଦ୍ୟତନ ହୋଇଛି
‘ସମ୍ବଲପୁର ଓକିଲ ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ତୁରନ୍ତ ସ୍ୱାଭାବିକ ସ୍ଥିତି ଫେରାଇ ଆଣନ୍ତୁ’

bjp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଘଟିଥିବା ହିଂସା ଘଟଣାକୁ ନେଇ ବହୁ ଓକିଲଙ୍କୁ ବନ୍ଧା ଯାଇଥିବା ବେଳେ ବହୁ ଓକିଲଙ୍କ ଲାଇସେନ୍ସ ବାତିଲ ହୋଇଛି। ଏପରି ସ୍ଥିତିରେ ସମ୍ବଲପୁର କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ହଇରାଣ ହେଉଛନ୍ତି ଗରିବ ଲୋକ । ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବା ବେଳେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି  ସାଂସଦ । ଏପରିକି ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ।

Advertisment

ବିଜେପି ପକ୍ଷରୁ ଆଜି ନୂଅଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ସୁରେଶ ପୂଜାରୀ ଏପରି ଅଭାବନୀୟ ପରିସ୍ଥିତି ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀରବତା ଯୋଗୁଁ ଏଭଳି ଘଟିଲା । ଠିକ୍ ସମୟରେ ପଦକ୍ଷେପ ନିଆଯାଇଥିଲେ ଏହାକୁ ଏଡ଼ାଇ ହୋଇଥାନ୍ତା ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ରାଜ୍ୟପାଳ କିମ୍ବା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ କୌଣସି ଆଲୋଚନା କଲେନି କି ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ରକୁ ପଠାଇଲେ ନାହିଁ। ଫଳରେ ଏପରି ହିଂସାତ୍ମକ ଘଟଣା ଘଟିଗଲା। ଏହି ଘଟଣାରେ ଓକିଲ, ଅଣ ଓକିଲ ଏବଂ କିନ୍ନରଙ୍କୁ ମିଶାଇ ୩୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୩ ଜଣଙ୍କ ଲାଇସେନ୍ସ ଦେଢ ବର୍ଷ ପାଇଁ ବାତିଲ କରାଯାଇଛି। ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଦସ୍ୟଙ୍କ ଲାଇସେନ୍ସକୁ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରି ଦେଇଛି। ଫଳରେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏପରି ସ୍ଥିତିରେ କିପରି କୋର୍ଟ କାର୍ଯ୍ୟ ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ସୁରେଶ ପୂଜାରୀ ।

Advertisment

ଏହି ମାମଲାରେ ଏବେବି ପୁଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାରୁ ଏହାକୁ ନେଇ ସମ୍ବଲପୁରର ସହରରେ ଲାଗି ରହିଛି ଉତ୍ତେଜନା । ଏପରିକି  ଆଗକୁ ଗିରଫଦାରୀ ବି  ବଢ଼ିପାରେ ।  କଚେରୀ ଛକରେ ଏବେବି  ୧୪୪ ଧାରା ବଳବତ୍ତର ରହିଛି । ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।

ରାଜ୍ୟର ଗୃହ ବିଭାଗ ମୁଖ୍ୟ ହିସାବରେ ତୁରନ୍ତ ଓକିଲଙ୍କ ଗିରଫଦାରୀ ବନ୍ଦ କରିବାକୁ ଦାବି କରିବାକୁ ସ୍ମାରକପତ୍ର ଦେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେପି ସାଂସଦ । ସ୍ୱାଭାବିକ ସ୍ଥିତି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ କହିଛନ୍ତି।

ସୁରେଶ ପୂଜାରୀ କହିଛନ୍ତି, ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ବି ଦାୟୀ। ପୂର୍ବରୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାର ଓ ଆଇନ୍‌ ମନ୍ତ୍ରୀ ବାରମ୍ବାର ଦେଇଥିବା ପତ୍ରର ଉତ୍ତର ଦେଇ ନାହାନ୍ତି ମୁଖ୍ୟମନ୍ତ୍ରୀ। ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପାଇଁ ଉତ୍ତର ଦେବାକୁ ବାରମ୍ବାର ଚିଠି ଦେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଚୁପ୍‌ ରହିଲେ। ଫଳରେ ଏପରି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମସ୍ତଙ୍କ ପକ୍ଷେ ଗ୍ରହଣଯୋଗ୍ୟ । ହେଲେ ଏବେ ରାଜ୍ୟ ସରକାର ସ୍ଥିତିକୁ ସମ୍ଭାଳି ପୂର୍ବାବସ୍ଥା ଫେରାଇ ଆଣିବାକୁ ତତ୍ପର ହେବା ପରିବର୍ତ୍ତେ  ଚୁପଚାପ୍‌ ବସି ରହିଛନ୍ତି।

ସେ କହିଛନ୍ତି, ଗତ ୧୨ ତାରିଖରେ ସମ୍ବଲପୁର କଚେରି ଛକରେ ଏହି ଘଟଣା ଘଟିଥିବା ବେଳେ ଏକସଙ୍ଗେ ୧୦ ହଜାର ଲୋକ ଏକତ୍ରିତ ହୋଇଗଲେ।  ଏତେ ସଂଖ୍ୟକ ଲୋକେ ଏକତ୍ରିତ ହେଲେ, କିନ୍ତୁ ପୁଲିସ୍‌ କିପରି ପୂର୍ବ ସୂଚନା ପାଇ ପାରି ନ ଥିଲା। ଘଟଣାସ୍ଥଳରେ ୧୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ଥିଲେ ମଧ୍ୟ ସେମାନେ କାହିଁକି ସ୍ଥିତିକୁ ସମ୍ଭାଳି ପାରିଲେନି। ସେମାନେ ସ୍ଥିତିକୁ ସମ୍ଭାଳି ନେଇଥିଲେ ଓକିଲମାନେ ବିଚାରପତିଙ୍କ ଚାମ୍ବରରେ ପଶି ପାରି  ନ ଥାନ୍ତେ।

ଏବେ ସମ୍ବଲପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ରାଜ୍ୟର ଗୃହମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସ୍ଥିତିକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବିଜେପି ସାଂସଦମାନେ ଦାବି କରିଛନ୍ତି।

ସେହିଭଳି କଂଗ୍ରେସ ମଧ୍ୟ ସମ୍ବଲପୁରରେ ସୃଷ୍ଟି ହୋଇଥିବା ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି,  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ନା ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ନିଷ୍ପତ୍ତି ନେଇ କେନ୍ଦ୍ରକୁ ସୁପାରିସ କରିବେ। ପରେ କେନ୍ଦ୍ର ଆଇନ ଆଣିବେ। ସଂସଦରେ ବିଲ୍ ପାସ୍ ନହେବା ଯାଏ ସୁପ୍ରିମକୋର୍ଟଙ୍କର କୌଣସି କ୍ଷମତା ନାହିଁ। ସମ୍ବଲପୁରରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟ ସରକାର ଚାହୁଁ ନାହାନ୍ତି ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେଉ। ପ୍ରସ୍ତାବ ଦେଇଥିବା କହୁଛନ୍ତି। କିନ୍ତୁ କେଉଁଠି ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି କହୁନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe