Advertisment

ପୁଣି ତେଜିଲା ମମିତା ଝଡ଼; ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ମାସର ନିରବତା ପରେ ପୁଣି ଥରେ ତେଜିଲା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଆଜି ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ରାଜମହଲରୁ ବାହାରି ନବୀନ ନିବାସ ମୁହାଁ ହୋଇଥିବା ବେଳେ ଶିଶୁ ଭବନ ଛକରେ ଉତ୍ତେଜନାମୂଳକ ସୃଷ୍ଟି ହୋଇଥିଲା। ସେଠାରେ ପୁଲିସ୍ ବିଜେପି କର୍ମୀମାନଙ୍କୁ ଅଟକାଇଥିଲା। ଫଳରେ କିଛି ସମୟ ପାଇଁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ୍ […]

ଅଦ୍ୟତନ ହୋଇଛି
ପୁଣି ତେଜିଲା ମମିତା ଝଡ଼; ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି

maita issue

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ମାସର ନିରବତା ପରେ ପୁଣି ଥରେ ତେଜିଲା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଆଜି ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ରାଜମହଲରୁ ବାହାରି ନବୀନ ନିବାସ ମୁହାଁ ହୋଇଥିବା ବେଳେ ଶିଶୁ ଭବନ ଛକରେ ଉତ୍ତେଜନାମୂଳକ ସୃଷ୍ଟି ହୋଇଥିଲା। ସେଠାରେ ପୁଲିସ୍ ବିଜେପି କର୍ମୀମାନଙ୍କୁ ଅଟକାଇଥିଲା। ଫଳରେ କିଛି ସମୟ ପାଇଁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ୍ ଅନେକ ବିଜେପି କର୍ମୀଙ୍କୁ ଗିରଫ ମଧ୍ୟ କରିଛି।

Advertisment

ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରୁ ନ ଥିବା ବେଳେ ପାଟି ଫିଟାଇଲେ ଆମକୁ ଦୁର୍ବ୍ୟବହାର କରୁଛି ଓ ଉଠାଇ ନେଉଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଏପରିକି ମମିତାକୁ ନ୍ୟାୟ ପ୍ରଦାନ ପାଇଁ ଲଢ଼େଇ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ୍‌ ଅପରାଧୀ ପରି ବ୍ୟବହାର କରୁଛି। ପୁଲିସ୍ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସେ ଅଭିଯୋଗ କରିଛନ୍ତି।

ଦଳ ପକ୍ଷରୁ କୁହାଯାଇଛି, ମମିତା ମେହେରଙ୍କ ହତ୍ୟା ଘଟଣାକୁ ୬ ମାସ ବିତିଯାଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବାରୁ ଏହାର ପ୍ରତିବାଦରେ ପୁଣି ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଛି।

Advertisment

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟାକାଣ୍ଡକୁ ପ୍ରାୟ ୬ ମାସ ବିତିବାକୁ ବସିଥିବା ବେଳେ ଚାର୍ଜସିଟ୍‌ ଦାଖଲକୁ ୧୨୦ ଦିନ ବିତିଲାଣି। ପୁଲିସ୍‌ କେବଳ ଗୋବିନ୍ଦ ସାହୁକୁ ଗିରଫ କରି ଚୁପ୍‌ ବସିଛି। ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବୋଲି କୁହାଯାଉଛି। ଆଉ ତାଙ୍କୁ ଗିରଫ କରିବାକୁ ପୁଣି ଦାବି ଜୋର କରିଛି ବିଜେପି।

Mamita Meher Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe