Advertisment

‘କାଳିଆ ଟଙ୍କା ଦେବାରେ ଏତେ ଡେରି କାହିଁକି କଲ ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆସନ୍ତା ନଭେମ୍ୱର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଦେବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ବିଜେପି ଅଭିଯୋଗ କରି କହିଛି, ନିର୍ବାଚନ ସରୁ ସରୁ କାଳିଆ ଟଙ୍କା ଦେବେ ବୋଲି ସରକାର ଆଗରୁ କହିଥିଲେ। ଏତେ ଡେରି କାହିଁକି ହେଲା ? ତେଣୁ ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଏପରି ଘୋଷଣା କରାଯାଇଥିଲା ବୋଲି କହି ପ୍ରଶ୍ନ କରିଛନ୍ତି ବିଜେପି […]

author-image
Puspanjali Panda
ଅଦ୍ୟତନ ହୋଇଛି
‘କାଳିଆ ଟଙ୍କା ଦେବାରେ ଏତେ ଡେରି କାହିଁକି କଲ ’

5431

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆସନ୍ତା ନଭେମ୍ୱର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଦେବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି।

Advertisment

ଏନେଇ ବିଜେପି ଅଭିଯୋଗ କରି କହିଛି, ନିର୍ବାଚନ ସରୁ ସରୁ କାଳିଆ ଟଙ୍କା ଦେବେ ବୋଲି ସରକାର ଆଗରୁ କହିଥିଲେ। ଏତେ ଡେରି କାହିଁକି ହେଲା ? ତେଣୁ ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଏପରି ଘୋଷଣା କରାଯାଇଥିଲା ବୋଲି କହି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।

ଏହା ସହିତ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ପ୍ରକୃତ ହିତାଧିକାରୀ ସଂଖ୍ୟା କାହିଁକି ସରକାର ସ୍ପଷ୍ଟ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।

Advertisment

ସୂଚନାଯୋଗ୍ୟ, କାଳିଆ ଯୋଜନାର ହିତାଧିକାରୀ ପାଇଁ ଗତ ଅଗଷ୍ଟରେ ଯାଞ୍ଚ ପ୍ରକ୍ରିୟା ସରିଛି । ଆସନ୍ତା ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ। ତେବେ କେତେ ଯୋଗ୍ୟ, କେତେ ଅଯୋଗ୍ୟ ସେନେଇ କୃଷି ସଚିବ କୌଣସି ସୂଚନା ଦେଇନାହାଁନ୍ତି। କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୫୧ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଯାଇଛି।