Advertisment

ରାଜ୍ୟବ୍ୟାପୀ ସଂକଳ୍ପ ଯାତ୍ରା ଆରମ୍ଭ : ବିଜେପି ସରକାର ଗରିବଙ୍କ ପାଇଁ ସମର୍ପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀରୁ ଓଡ଼ିଶା ସମେତ ସମଗ୍ର ଦେଶରେ ବିଜେପି ପକ୍ଷରୁ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ଆଦି ପ୍ରସଙ୍ଗରେ ସାଧାରଣ ଲୋକଙ୍କୁ ବିଜେପି ନେତାମାନେ ସଚେତନ ଓ ଶପଥ ପାଠ କରାଇବା ସହ କେନ୍ଦ୍ର ଅବା ରାଜ୍ୟରେ ବିଜେପି ସରକାର ସବୁବେଳେ ଗରିବଙ୍କ ପାଇଁ ସମର୍ପିତ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । […]

author-image
Manoranjan Sial
ରାଜ୍ୟବ୍ୟାପୀ ସଂକଳ୍ପ ଯାତ୍ରା ଆରମ୍ଭ : ବିଜେପି ସରକାର ଗରିବଙ୍କ ପାଇଁ ସମର୍ପିତ

bjp2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀରୁ ଓଡ଼ିଶା ସମେତ ସମଗ୍ର ଦେଶରେ ବିଜେପି ପକ୍ଷରୁ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ଆଦି ପ୍ରସଙ୍ଗରେ ସାଧାରଣ ଲୋକଙ୍କୁ ବିଜେପି ନେତାମାନେ ସଚେତନ ଓ ଶପଥ ପାଠ କରାଇବା ସହ କେନ୍ଦ୍ର ଅବା ରାଜ୍ୟରେ ବିଜେପି ସରକାର ସବୁବେଳେ ଗରିବଙ୍କ ପାଇଁ ସମର୍ପିତ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଜି ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Advertisment

କଟକ ଜିଲ୍ଲା ତେଲଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ରାଜ୍ୟ ନେତାମାନେ ଓଡ଼ିଶାରେ ରାଜ୍ୟସ୍ତରୀୟ ସଂକଳ୍ପ ଯାତ୍ରାକୁ ଆରମ୍ଭ କରିଥିଲେ। ଗାନ୍ଧୀ ସ୍ମୃତି ପୀଠରୁ ପଦଯାତ୍ରା ଆରମ୍ଭ କରି କୋଟା ସାହି, ବଢେଇ ସାହି, ନାଛିପୁର, କାଜିପୁର, ଅମାନିଆ ଗୋରଡା, ସଇଁଡା ଦେଇ ବାଲିସାହିରେ ପହଞ୍ଚିଥିଲେ। ସେଠାରେ ଶ୍ରୀ ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଭାରତକୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ପ୍ରଭାବରୁ ମୁକ୍ତ କରିବା ଓ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବଦଳରେ କାଗଜ ଓ କପଡ଼ା ବ୍ୟାଗ୍ ବ୍ୟବହାର କରିବା, ଜଳ ସଂରକ୍ଷଣ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତ୍ତାର ପ୍ରଚାର ସହ ଡିଜିଟାଲ ପ୍ଲାଟଫର୍ମକୁ ଲୋକପ୍ରିୟ କରିବା ପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ପାଖକୁ ଯିବାପାଇଁ କର୍ମୀମାନଙ୍କୁ ଶପଥ ପାଠ କରାଇବା ସହ ଜନସାଧାରଣଙ୍କ ସହିତ ଭାଗୀଦାର ହୋଇ ଦେଶର ବିକାଶ ଓ ଗରିବ କଲ୍ୟାଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତନ ନିମନ୍ତେ ଆହ୍ୱାନ ଦେଇଥିଲେ। ମହାତ୍ମା ଗାନ୍ଧୀ ବିଚାରକୁ ଜନ ଆନ୍ଦୋଳନରେ ପରିଣତ କରିବା ଗାନ୍ଧୀଙ୍କ ଜନ୍ମଦିନର ଶ୍ରେଷ୍ଠ ଉପହାର ହେବ ବୋଲି ସେ କହିଛନ୍ତି। ସମାଜର ଅନ୍ତିମ ପାହାଚରେ ଥିବା ବ୍ୟକ୍ତି ପାଖରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ଥିଲା ବାପୁଙ୍କ ବିଚାରର ଅନ୍ୟତମ ମୂଳମନ୍ତ୍ର। କେନ୍ଦ୍ରରେ ହେଉ ବା ରାଜ୍ୟରେ ବିଜେପି ସରକାର ସବୁବେଳେ ଗରିବଙ୍କ ପାଇଁ ସମର୍ପିତ। ଗାନ୍ଧୀ ବିଚାରର ଲକ୍ଷ୍ୟ- ସର୍ବୋଦୟ। ଏହି ସର୍ବୋଦୟ ହିଁ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ। ସବୁଠି ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ।

publive-imageବାପୁଙ୍କ ସ୍ୱାବଲମ୍ବନଶୀଳତାର ସୂରୂପ ହେଉଛି ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ। ଗାନ୍ଧୀଜୀଙ୍କ ଦର୍ଶନର ସମାହାର ହିଁ ମୋଦିଙ୍କ ମନ୍ତ୍ର- ସବ୍କା ସାଥ୍- ସବ୍କା ବିକାଶ- ସବ୍କା ବିଶ୍ୱାସ। ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ମହାମାନବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନବଭାରତ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏହି ସାଧାରଣ ସଭାରେ ସାଂସଦ ଅଶ୍ୱିନୀ ବୈଷ୍ଣବ, ସମୀର ମହାନ୍ତି, ପିତାମ୍ବର ଆଚାର୍ଯ୍ୟ, ପ୍ରକାଶ ବେହେରା, ଶାରଦା ପ୍ରଧାନ, ମାନସ ମହାନ୍ତି, ରମାରଞ୍ଜନ ବଳିଆର ସିଂ, ଚୌଧୁରୀ ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

publive-imageସେହିପରି କେନ୍ଦ୍ରାପଡ଼ାର ପୁରୁଣା ବସଷ୍ଟାଣ୍ଡ ପଡ଼ିଆରେ ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଏହି ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ । ଦୁଇ ନେତା ପଦଯାତ୍ରାରେ ଯାଇ ଗାନ୍ଧୀଙ୍କ ଆଦର୍ଶ, ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ ବର୍ଜନ ସମେତ ମୋଦିଙ୍କ ନବଭାରତ ନିର୍ମାଣ ଆହ୍ୱାନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ।

ସେହିପରି ସୁନ୍ଦରଗଡ଼ରେ ସାଂସଦ ଜୁଏଲ ଓରାମ, ପାଟଣାଗଡ଼ରେ କେଭି ସିଂହଦେଓ, ଆସ୍କାରେ ଅନୀତ ଶୁଭଦର୍ଶିନୀ, ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦଳର ବରିଷ୍ଠ ନେତାମାନେ ଅନୁରୂପ ଭାବେ ଏହି ସଂକଳ୍ପ ପଦଯାତ୍ରା କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହି ପଦଯାତ୍ରା ଅକ୍ଟୋବର୨ ରୁ ୩୦ ତାରିଖ ଦିନ ଧରି ଏହି ପଦଯାତ୍ରା କାର୍ଯ୍ୟକ୍ରମ ଚାଲିବ।