ଯାଜପୁର ଜିଲ୍ଲାରେ ବନ୍ୟା ମନୁଷ୍ୟକୃତ, ପ୍ରଶାସନ ହିଁ ଦାୟୀ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ୩୦ରୁ ଅଧିକ ଘାଇ ସୃଷ୍ଟି ହୋଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଜାର ହଜାର ଲୋକ ପ୍ରଭାବିତ ହେବା ସହ ବ୍ୟାପକ ପରିମାଣର ଚାଷଜମିରେ ଜଳ ମାଡ଼ିଯାଇଛି। ତେବେ ବନ୍ୟା ପୂର୍ବରୁ ଜିଲ୍ଲାର ନଦୀବନ୍ଧ ସୁରକ୍ଷିତ ଅଛି ବୋଲି ଲୋକଙ୍କୁ ରାଜ୍ୟ ସରକାର ଆଶ୍ୱସ୍ତ କରିଥିବାବେଳେ ଜିଲ୍ଲାରେ ୩୦ଟି ଘାଇ କିଭଳି ସୃଷ୍ଟି ହେଲା ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ରାଜ୍ୟ ସଭାପତି ସମୀର […]

samir

samir

Subrat Kumar Nayak
  • Published: Monday, 31 August 2020
  • Updated: 31 August 2020, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ୩୦ରୁ ଅଧିକ ଘାଇ ସୃଷ୍ଟି ହୋଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଜାର ହଜାର ଲୋକ ପ୍ରଭାବିତ ହେବା ସହ ବ୍ୟାପକ ପରିମାଣର ଚାଷଜମିରେ ଜଳ ମାଡ଼ିଯାଇଛି। ତେବେ ବନ୍ୟା ପୂର୍ବରୁ ଜିଲ୍ଲାର ନଦୀବନ୍ଧ ସୁରକ୍ଷିତ ଅଛି ବୋଲି ଲୋକଙ୍କୁ ରାଜ୍ୟ ସରକାର ଆଶ୍ୱସ୍ତ କରିଥିବାବେଳେ ଜିଲ୍ଲାରେ ୩୦ଟି ଘାଇ କିଭଳି ସୃଷ୍ଟି ହେଲା ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଜିଲ୍ଲାର ବନ୍ୟାଂଚଳ ବୁଲି ଲୋକଙ୍କୁ ଭେଟିବା ସହ ତୁରନ୍ତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରଶାସନ ପାଖରେ ଦାବି କରିଛି।
https://twitter.com/BJP4Odisha/status/1300435284941709312?s=20

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗୋପାଳପୁର ପଂଚାୟତ ଗସ୍ତ କରି ବନ୍ୟାଚଂଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀ ମହାନ୍ତି ଡଙ୍ଗାରେ ବାଲିଚନ୍ଦନପୁର ବ୍ଲକର ବିଭିନ୍ନ ପଂଚାୟତ ବୁଲି ବନ୍ୟା ପ୍ରପୀଡ଼ିତ ଲୋକଙ୍କ ସମସ୍ୟା ପଚାରି ବୁଝିିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ରିଲିଫ ସାମଗ୍ରୀ ସେମାନଙ୍କ ପାଖରେ ପହଂଚାଇବା ପାଇଁ ଦାବି କରିଛନ୍ତି। ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକମାନଙ୍କ ପାଖରେ ପ୍ରଶାସନ ପହଂଚି ନଥିବାରୁ ଗୋପାଳପୁର ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି। କିଛି ମାଟି ଘର ଭାଙ୍ଗି ଯାଇଛି । ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ମହଜୁଦ୍ ନାହିଁ। ବନ୍ୟା ପୀଡ଼ିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଖରେ ଗୋ ଖାଦ୍ୟ ପହଞ୍ଚି ନାହିଁ।

ବନ୍ୟା ଜଳ ନିଷ୍କାସନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ। ବନ୍ୟାର ୪ ଦିନ ପରେ ବି ପ୍ରଶାସନର କୌଣସି ଅଧିକାରୀ ଏହି ଅଂଚଳକୁ ଆସିନାହାଁନ୍ତି। ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ। ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ। ଏହା ସତ୍ୱେ ଜିଲ୍ଲାରେ ୩୦ଟି ଘାଇ କିପରି ସୃଷ୍ଟି ହେଲା? ଖୋଦ୍ ଜିଲ୍ଲାପାଳ ଗୋଟିଏ ଘାଇ ମନୁଷ୍ୟକୃତ ବୋଲି କହିବାରୁ ସ୍ପଷ୍ଟ ଜଣାପଡୁଛି କି, ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିଲେ। ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି।

ଦୁର୍ବଳ ନଦୀବନ୍ଧର ସୁଦୃଢୀକରଣ ନାଁରେ ନିମ୍ନମାନର ବନ୍ଧ କାମ କରାଯାଇଛି। ନିମ୍ନମାନର କାମ ଯୋଗୁଁ ବନ୍ଧରେ ଘାଇ ହୋଇଛି। ଏହି ବନ୍ୟା ମନୁଷ୍ୟକୃତ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଜଳମଗ୍ନ ହୋଇଥିବା ଅଂଚଳରେ ଜିଲ୍ଲା ପ୍ରଶାସନ ପହଂଚି ବନ୍ୟା ପୀଡ଼ିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରିବା ସହ କ୍ଷୟକ୍ଷତି ଫସଲର ଆକଳନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି। ପୂର୍ବରୁ ବନ୍ୟା ବିପତି ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ। ଏହି ପ୍ରତିନିଧି ଦଳ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅମର ନାୟକ, ଠାକୁର ରଂଜିତ ଦାସ,ଗୌତମ ରାୟ, ପବିତ୍ର ଦାସ ପ୍ରମୁଖ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story