Advertisment

ହାଜତ ମୃତ୍ୟୁ: ଜାତୀୟ ଓ ରାଜ୍ୟ ମାନବାଧିକାରଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହାଜତ ମୃତ୍ୟୁ ଘଟଣା ସମ୍ପର୍କରେ ବିଜେପି ଆଜି ଉଭୟ ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦିଲ୍ଲୀରେ ଜାତୀୟ ମାନବାଧିକାର କମିଶନଙ୍କୁ ଭେଟି ଓଡ଼ିଶାର ହାଜତ ମୃତ୍ୟୁ ସମ୍ପର୍କରେ ଅଭିଯୋଗ କରିଥିବାବେଳେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଫେରାଦ ହୋଇଛି। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଗତକାଲି ପୁରୀରେ […]

author-image
Tapas Behera
ଅଦ୍ୟତନ ହୋଇଛି
ହାଜତ ମୃତ୍ୟୁ: ଜାତୀୟ ଓ ରାଜ୍ୟ ମାନବାଧିକାରଙ୍କୁ ଫେରାଦ ହେଲା ବିଜେପି

sambit-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହାଜତ ମୃତ୍ୟୁ ଘଟଣା ସମ୍ପର୍କରେ ବିଜେପି ଆଜି ଉଭୟ ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦିଲ୍ଲୀରେ ଜାତୀୟ ମାନବାଧିକାର କମିଶନଙ୍କୁ ଭେଟି ଓଡ଼ିଶାର ହାଜତ ମୃତ୍ୟୁ ସମ୍ପର୍କରେ ଅଭିଯୋଗ କରିଥିବାବେଳେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଫେରାଦ ହୋଇଛି।

Advertisment

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଗତକାଲି ପୁରୀରେ ୩୦ବର୍ଷ ବୟସର ଯୁବକର କେ.ରମେଶଙ୍କର ପୁଲିସ ହେପାଜତରେ ମୃତ୍ୟୁ ହୋଇଛି। ପୁଲିସ ତାଙ୍କ ଘର ଲୋକଙ୍କୁ ନଜଣାଇ ଅମାନବୀୟ ଭାବେ ସ୍ୱର୍ଗଦ୍ୱାରଠାରେ ଶବଦାହ କରିଦେଇଛି। ଘର ଲୋକଙ୍କୁ ଶବ ଦେଖିବା ପାଇଁ ଦିଆଗଲା ନାହିଁ। ଏପରିକି ପୁଲିସ୍ ତାଙ୍କ ଘର ଲୋକଙ୍କୁ ଉଠାଇ ନେଇ କେଉଁଠି କେଉଁ ଦୋଷରେ କେଉଁ ଥାନାରେ ରଖିଛି କେହି ଜାଣିନାହାନ୍ତି। ପୁଲିସ ଏଭଳି ଅମାନବୀୟ ଓ ନିନ୍ଦନୀୟ କାର୍ଯ୍ୟ ବିରୁଦ୍ଧରେ ବିଜେପି ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।
ଏ ସମ୍ପର୍କରେ ସୂଚନା ଦେଇ ବିଜେପି ମୁଖପାତ୍ର ଡଃ ପାତ୍ର କହିଛନ୍ତି ଯେ, ହାଜତ ମୃତ୍ୟୁ ଓଡ଼ିଶା ପୁଲିସର ଅମାନବୀୟତା ଓ ବର୍ବରତାର ଅସଲ ମୁଖା ଖୋଲି ଦେଇଛି।

ଜାତୀୟ ମାନବାଧିକାର କମିଶନଙ୍କୁ ଭେଟି ହାଜତ ମୃତ୍ୟୁ ଘଟଣା ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛୁ। କମିଶନ ଆମର ପୁରା ବିଷୟକୁ ଶୁଣିବାପରେ ଦୁଃଖ ପ୍ରକାଶ କରିବା ସହ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ ଓ ମୁକେଶ ମହାଲିଙ୍ଗ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଏକ ନିରପେକ୍ଷ କମିଟି ଜରିଆରେ ଏହି ଅମାନବୀୟ ଘଟଣାର ନିରପେକ୍ଷ ତଦନ୍ତ କରାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।

Advertisment

ଆଗକୁ ପଢନ୍ତୁ: ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା

Odisha Police Bjp Death In Jail