ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଟିମ୍ ପଠାଇଲା ବିଜେପି

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର) : ଭୟଙ୍କର ବାତ୍ୟା ‘ତିତଲି’ ଓ ତଦଜନିତ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ୩ଟି ଜିଲ୍ଲା ଗଜପତି,ଗଞ୍ଜାମ ଓ ରାୟଗଡ଼ାକୁ ବିଜେପି ଏକ ଟିମ୍ ପଠାଇଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ଆଜି ଏକ ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇଛି। ଏହି ଟିମରେ ଦଳର ଓବିସି ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର ପ୍ରତିନିଧି ମଧ୍ୟ ସାମିଲ ହୋଇଛନ୍ତି। ଦଳର […]

photo3

Sampad Mahapatra
  • Published: Friday, 12 October 2018
  • , Updated: 12 October 2018, 08:43 PM IST

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର) : ଭୟଙ୍କର ବାତ୍ୟା 'ତିତଲି' ଓ ତଦଜନିତ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ୩ଟି ଜିଲ୍ଲା ଗଜପତି,ଗଞ୍ଜାମ ଓ ରାୟଗଡ଼ାକୁ ବିଜେପି ଏକ ଟିମ୍ ପଠାଇଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ଆଜି ଏକ ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇଛି। ଏହି ଟିମରେ ଦଳର ଓବିସି ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର ପ୍ରତିନିଧି ମଧ୍ୟ ସାମିଲ ହୋଇଛନ୍ତି।

ଦଳର ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଇଏମଡିର ପୂର୍ବ ସତର୍କ ସୂଚନା ସତ୍ତ୍ବେ ରାଜ୍ୟ ସରକାର ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଜିରୋ କାଜୁଆଲିଟିର ଫମ୍ପା ପ୍ରଚାର କରି ନିଜ ସଫଳତା ନିଜେ ବଖାଣୁଛନ୍ତି। ଗଜପତି ଜିଲ୍ଲାରେ ପ୍ରଭାବିତଙ୍କ ପାଖରେ ଏ ପର୍ଯ୍ୟନ୍ତ ସାହାଯ୍ୟ ପହଞ୍ଚି ପାରିନି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି ବୋଲି ସେ ଅଭିଯୋଗ କରିଛନ୍ତି।

Related story