ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀରେ ଆଜିଠାରୁ ବିଜେପି କରିବ ‘ଜବାବ ମାଗୁଛି ମହିଳା’ ଓ ‘ଜବାବ ମାଗୁଛି ବେବିନା’ କାର୍ଯ୍ୟକ୍ରମ। ମାସେ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ସବୁ ନିର୍ବାଚନ ମଣ୍ଡଳୀରେ ‘ଜବାବ୍ ମାଗୁଛି ବେବିନା’ କାର୍ଯ୍ୟକ୍ରମ କରି ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ଜାଗରଣ ସୃଷ୍ଟି କରିବାକୁ ଦଳ ଯୋଜନା କରିଛି।
ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ନ୍ୟାୟ ଦେବାରେ କିଭଳି ବିଳମ୍ବ କରାଯାଇଛି, ସେ ନେଇ ଭିଡିଓ ମାଧ୍ୟମରେ ଲୋକଙ୍କ ପାଖକୁ ଦଳ ଯିବ। ବିଜେପି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି।