Advertisment

କୁପୋଷଣର ଶିକାର ହୋଇଛି ରାଜ୍ୟ ଶାସନ ବ୍ୟବସ୍ଥା : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଶାସନ ବ୍ୟବସ୍ଥା ଏବେ କୁପୋଷଣର ଶିକାର ହୋଇଛି। କୋମଳମତି ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଦେଉଥିବା ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କୁ ଅଖାଦ୍ୟ ଚାଉଳ ଖାଇବାକୁ ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଏଶ୍ୱର୍ଯ୍ୟା ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ‘ଅପପୃଷ୍ଟିମୁକ୍ତ ଭାରତ’କୁ ଚକ୍ରାନ୍ତ କରି ଅସଫଳ କରିବାରେ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି। ଅପପୃଷ୍ଟିମୁକ୍ତ ଭାରତ ପାଇଁ ମୋଦି ସରକାର […]

କୁପୋଷଣର ଶିକାର ହୋଇଛି ରାଜ୍ୟ ଶାସନ ବ୍ୟବସ୍ଥା : ବିଜେପି

BJP

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଶାସନ ବ୍ୟବସ୍ଥା ଏବେ କୁପୋଷଣର ଶିକାର ହୋଇଛି। କୋମଳମତି ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଦେଉଥିବା ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କୁ ଅଖାଦ୍ୟ ଚାଉଳ ଖାଇବାକୁ ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଏଶ୍ୱର୍ଯ୍ୟା ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ‘ଅପପୃଷ୍ଟିମୁକ୍ତ ଭାରତ’କୁ ଚକ୍ରାନ୍ତ କରି ଅସଫଳ କରିବାରେ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି। ଅପପୃଷ୍ଟିମୁକ୍ତ ଭାରତ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ରାଜ୍ୟରେ ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ବିଜେଡି ସରକାର କାହିଁକି ପୃଷ୍ଟିକର ଖାଦ୍ୟ ଯୋଗାଇବାରେ ବିଫଳ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାକୁ ନିନ୍ଦିତ କରିଥିବା ବହୁଚର୍ଚ୍ଚିତ ନଗଡ଼ା ଅପପୃଷ୍ଟି ଘଟଣାରୁ ରାଜ୍ୟ ସରକାର କୈାଣସି ଶିକ୍ଷା ପ୍ରାପ୍ତ କରିନାହାନ୍ତି । ବିଭ୍ରାନ୍ତି ଏବଂ ନିଜ ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଅଳ୍ପ କିଛି ବିକାଶ କାର୍ଯ୍ୟ କରିଛନ୍ତି ସତ, କିନ୍ତୁ ବାସ୍ତବରେ ଆଜି ମଧ୍ୟ ନଗଡ଼ା ଅଂଚଳ ବିକାଶର ବହୁ ଦୂରରେ ଅଛି । ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ପାଇଁ ଧାର୍ଯ୍ୟ ୫ଟି ବିନ୍ଦୁରେ ରାଜ୍ୟ ସରକାର ବିଫଳ । "ଲୋ ବର୍ଥ’ ଶିଶୁ ଜନ୍ମ କ୍ଷେତ୍ରରେ ଓଡ଼ିଶା ରାଜ୍ୟର ସ୍ଥାନ ସର୍ବାଗ୍ରେ ଏବଂ ଏହି ପରିସଂଖ୍ୟାନ ୧୮.୨୫ ପ୍ରତିଶତ । ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସବୁଠୁ ବଡ ସମସ୍ୟା ଏବଂ ରାଜ୍ୟରେ ରକ୍ତହୀନତା ମହିଳାଙ୍କ ସଂଖ୍ୟ ୫୦ ପ୍ରତିଶତରୁ ୬୪ ପ୍ରତିଶତକୁ ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ । ଗର୍ଭବତୀ ମହିଳାମାନଙ୍କୁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଅଭାବ ଥିବା କାରଣରୁ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୪୧ । ଏ ସମସ୍ତ ତଥ୍ୟ ରାଜ୍ୟର ପୋଷଣ ଯୋଜନାର ବିଫଳତାକୁ ପଦାରେ ପକାଉଛି ।

Advertisment

ରାଜ୍ୟର ଶିଶୁ ଓ ମହିଳାମାନେ ନିମ୍ନ ମାନର ଚାଉଳ, ଛତୁଆ ଓ ଅଣ୍ଡା ଖାଇ ଅପପୃଷ୍ଟିର ଶିକାର ହେଉଛନ୍ତି । ଶାସକ ବିଜେଡି ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ସତ୍ୱେ ପୃଷ୍ଟିକର ଖାଦ୍ୟ ଯୋଗାଇବାରେ ରାଜ୍ୟ ସରକାର କାହିଁକି ବିଫଳ ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟ ସରକାରଙ୍କ ଶାସନ ଆଜି କୁପୋଷଣର ଶିକାର ହୋଇଯାଇଥିବା ସେ ତାତ୍ସଲ୍ୟ କରି କହିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ ଓ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe