Advertisment

‘କାଳିଆ’ ସ୍କାମ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ତାଙ୍କଠୁ ଭରଣା କରାଯାଉ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନାରେ ଯୋଗ୍ୟ-ଅଯୋଗ୍ୟ ହିତାଧିକାରୀକୁ ନେଇ ସରକାର ବାରମ୍ବାର ସଫେଇ ଦେଉଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ସହ ସମାଲୋଚନା କରିଛି। ଏହା ସହିତ କାଳିଆ ଯୋଜନାରେ ହିତାଧିକାରୀ ତାଲିକାର ଯାଞ୍ଚ ନିରପେକ୍ଷ ସଂସ୍ଥା ମାଧ୍ୟମରେ କରିବାକୁ ଦାବି କରିଛି । କାଳିଆ ଯୋଜନା ନାଁରେ ରାଜକୋଷରୁ ଅପବ୍ୟୟ ହୋଇଥିବା ୧୭୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଅଧିକାରୀଙ୍କଠୁ ଭରଣା କରିବାକୁ ବିଜେପି କହିଛି। ନିରପେକ୍ଷ […]

‘କାଳିଆ’ ସ୍କାମ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ତାଙ୍କଠୁ ଭରଣା କରାଯାଉ: ବିଜେପି

bjp

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କାଳିଆ’ ଯୋଜନାରେ ଯୋଗ୍ୟ-ଅଯୋଗ୍ୟ ହିତାଧିକାରୀକୁ ନେଇ ସରକାର ବାରମ୍ବାର ସଫେଇ ଦେଉଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ସହ ସମାଲୋଚନା କରିଛି। ଏହା ସହିତ କାଳିଆ ଯୋଜନାରେ ହିତାଧିକାରୀ ତାଲିକାର ଯାଞ୍ଚ ନିରପେକ୍ଷ ସଂସ୍ଥା ମାଧ୍ୟମରେ କରିବାକୁ ଦାବି କରିଛି । କାଳିଆ ଯୋଜନା ନାଁରେ ରାଜକୋଷରୁ ଅପବ୍ୟୟ ହୋଇଥିବା ୧୭୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଅଧିକାରୀଙ୍କଠୁ ଭରଣା କରିବାକୁ ବିଜେପି କହିଛି। ନିରପେକ୍ଷ ତଦନ୍ତ ହେଲେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ବାହାରିବେ। ନିଜ ତ୍ରୁଟିକୁ ଲୁଚାଇ ଚାଷୀଙ୍କ ଉପରେ ରାଜ୍ୟ ସରକାର ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ କୋର୍ଟର ଦ୍ୱାରସ୍ଥ ହେବ ବୋଲି ବିଜେପି ଚେତାବନୀ ଦେଇଛନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା। ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଣ୍ଟାଯାଇଥିଲ।। ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ଶାସକ ବିଜେଡି ପ୍ରୟାସ କରୁଛି। ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ବଣ୍ଟନ କରି ପରେ ସେମାନଙ୍କୁ ଜେଲ୍ ପଠାଇବା ଭଳି ଏବେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଟଙ୍କା ଆଦାୟ କରିବା ପାଇଁ ଉଦ୍ୟମ କରୁଛି ।

ଯୋଗ୍ୟ ଚାଷୀ ପରିବାର ବି ଆଶଙ୍କା ଭିତରେ ରହିଛି କାଳେ ତାଙ୍କୁ ଅଯୋଗ୍ୟ ଘୋଷଣା କରି ଅର୍ଥ ଆଦାୟ କରାଯିବ ନଚେତ୍ ଜେଲ୍ ପଠାଯିବ। ଖୋଦ୍ ବିଭାଗୀୟ ମନ୍ତ୍ରୀ ଏହି ଯୋଜନାରେ ଦୁର୍ନୀତି ହୋଇଛି ବୋଲି ସ୍ୱୀକାର କରିବା ପରେ ଦଳର ମୁଖପାତ୍ର ଏହାକୁ ନେଇ ଭିନ୍ନ ମତ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଯୋଗ୍ୟକୁ ନଦେବା ଅଯୋଗ୍ୟକୁ ଅଯାଚିତ ଭାବେ ଦେବାର ନାଁ ହେଉଛି କାଳିଆ ଯୋଜନା। ଏହି ଯୋଜନା କେବଳ ଏକ ଧୂଆଁବାଣ। କାଳିଆ ଯୋଜନାରେ ୧୭୦ କୋଟି ଟଙ୍କାର ସ୍କାମ ରାଜ୍ୟ ସରକାର କରିଛନ୍ତି ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଦାୟୀ। ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ କିଏ ସାମିଲ କରିଛି ? ରାଜ୍ୟ ରାଜକୋଷରୁ ଅପବ୍ୟୟ ହୋଇଥିବା ୧୭୦କୋଟି ଟଙ୍କା ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ ଓ ସରକାରୀ ଅଧିକାରୀମାନଙ୍କ ଆକାଉଣ୍ଟରୁ ଭରଣା କରାଯାଉ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

Advertisment

କାଳିଆ ଯୋଜନାର ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି। ସରକାର ସେମାନଙ୍କଠାରୁ ପଇସା ଫେରାଇ ଆଣିବେ। ହେଲେ ଗତକାଲି କୃଷି ବିଭାଗ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଲେ ଯେ ୩୨ ହଜାର ହେଉଛନ୍ତି ଅଯୋଗ୍ୟ। ତାହେଲେ କିଏ ସତ ? କୃଷି ମନ୍ତ୍ରୀ ସତ ନା କୃଷି ବିଭାଗ କଥା ସତ । ବିଜେଡି ବିଧାୟକ ପ୍ରତାପ ଦେବ କହିଲେ ୩୨ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ। ଅରୁଣଙ୍କ ଅଯୋଗ୍ୟ ସଂଖ୍ୟା ହେଉଛନ୍ତି ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଓ ପ୍ରତାପ ଦେବଙ୍କ ଅଯୋଗ୍ୟ ତାଲିକା ହେଉଛି ୩୨ ହଜାର। ତାହେଲେ ଅଯୋଗ୍ୟ ହିତାଧିକାରୀଙ୍କ ମାପଦଣ୍ଡ କଣ ଏବଂ ଏଠି କିଏ ସତ କହୁଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe