Advertisment

‘ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ, ଲଗାଇଲେ କଳଙ୍କର ଦାଗ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବିଧାନ ଅନୁସାରେ ଅମଲାତନ୍ତ୍ର ନିରପେକ୍ଷତାର ମୂର୍ତ୍ତିମନ୍ତ ପ୍ରତୀକ। ମାତ୍ର ପ୍ରଶାସନିକ ଅଧିକାରୀ ନିଜର ଦାୟିତ୍ୱବୋଧ, ଗରିମା ଭୁଲିଗଲେ। ସମ୍ବିଧାନ ଯେଉଁ ନୀତି ନିର୍ଦ୍ଧାରଣ କରିଛି ତାହାକୁ ଭୁଲିବା ଦୁର୍ଭାଗ୍ୟଜନକ। ପଦ ମର୍ଯ୍ୟାଦାର ସମସ୍ତ ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ।  ପ୍ରଶାସନିକ ଇତିହାସରେ ଏହା  କଳଙ୍କର ଦାଗ । ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଧିକାରୀମାନେ ଭେଟି ଅଭିନନ୍ଦନ ଜଣାଇବା ଘଟଣାକୁ କଡ଼ା ନିନ୍ଦା କରି ଏପରି ଭର୍ତ୍ସନା […]

author-image
Niharika Rout
ଅଦ୍ୟତନ ହୋଇଛି
‘ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ, ଲଗାଇଲେ କଳଙ୍କର ଦାଗ ’

bjp

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବିଧାନ ଅନୁସାରେ ଅମଲାତନ୍ତ୍ର ନିରପେକ୍ଷତାର ମୂର୍ତ୍ତିମନ୍ତ ପ୍ରତୀକ। ମାତ୍ର ପ୍ରଶାସନିକ ଅଧିକାରୀ ନିଜର ଦାୟିତ୍ୱବୋଧ, ଗରିମା ଭୁଲିଗଲେ। ସମ୍ବିଧାନ ଯେଉଁ ନୀତି ନିର୍ଦ୍ଧାରଣ କରିଛି ତାହାକୁ ଭୁଲିବା ଦୁର୍ଭାଗ୍ୟଜନକ। ପଦ ମର୍ଯ୍ୟାଦାର ସମସ୍ତ ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ।  ପ୍ରଶାସନିକ ଇତିହାସରେ ଏହା  କଳଙ୍କର ଦାଗ । ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଧିକାରୀମାନେ ଭେଟି ଅଭିନନ୍ଦନ ଜଣାଇବା ଘଟଣାକୁ କଡ଼ା ନିନ୍ଦା କରି ଏପରି ଭର୍ତ୍ସନା କରିଛି ବିଜେପି ।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,  ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ କବଳିତ କରି ବିଜେଡି ନିର୍ବାଚନ ଜିତୁଛି। ବିରୋଧୀ ଯେଉଁ ଅଭିଯୋଗ କରି ଆସୁଥିଲେ ତାହା ପ୍ରମାଣିତ ହୋଇଛି । ଏପରି ଘଟଣା ଭାରତର ବ୍ୟୁରୋକ୍ରାଟ ଇତିହାସରେ କେବେ ଘଟି ନ ଥିଲା। ଏପରି କରି ଓଡ଼ିଶାରେ ପ୍ରଶାସନିକ ଅଧିକାରୀମାନେ ଜନସାଧାରଣଙ୍କ ପାଖରେ ଗର୍ହିତ ଅପରାଧ କରିଛନ୍ତି ।  ଅମଲାତନ୍ତ୍ର ଉପରୁ ଲୋକଙ୍କ ଆସ୍ଥା, ବିଶ୍ୱାସ ତୁଟିଯାଇଛି । ରାଜ୍ୟରେ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚି ଥିବା ବେଳେ ଏଠାରେ ଚାଲିଛି ଚାଟୁକାରିତାର ଶାସନ । ଜରୁରୀକାଳୀନ ପରିସ୍ଥିତି ବେଳେ ଏପରି ଅବସ୍ଥା ଦେଖିବାକୁ ମିଳିଥିବା କହିଛନ୍ତି, ପୃଥ୍ୱୀରାଜ ହରିଚନ୍ଦନ ।

ବିଜେପିର ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।  ସୌଜନ୍ୟତା ଦୃଷ୍ଟିରୁ ପ୍ରାଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି ।   ସେ କହିଛନ୍ତି, ଅଫିସରମାନେ ସୌଜନ୍ୟତା ଦୃଷ୍ଟିରୁ ଅଭିନନ୍ଦନ ଜଣାଇବାକୁ ଭେଟିଛନ୍ତି । ଏଭଳି ପରମ୍ପରା ରହିବା ଉଚିତ, ଭାଇଚାରା ରହିବା ଦରକାର। ବିଜେପି ଯେଉଁ ରାଜ୍ୟରେ ଜିତୁଛି, ସେଠି ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟୁଛନ୍ତି । ଏଥିରେ କୌଣସି ଅସୁବିଧା ନାହିଁ  ।

Advertisment

ନିର୍ଦ୍ଦିଷ୍ଟ ଅକେଜନ୍‌ରେ ପ୍ରଶାସନିକ ଅଧିକାରୀ ଭେଟିବାରେ ଅସୁବିଧା ନାହିଁ । ମାତ୍ର ସାକ୍ଷାତ ବେଳେ ପବ୍ଲିକ ଡିସ୍‌ପ୍ଲେ କରିବା ନିରପେକ୍ଷତାର ପ୍ରଶ୍ନ ସୃଷ୍ଟି କରୁଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ।

ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ସରଗରମ ହୋଇପାରେ ବୋଲି ଚାଲିଛି ଚର୍ଚ୍ଚା  । ବିଜେପି ଓ କଂଗ୍ରେସ ଉଭୟ ଆଜି ଏପ୍ରସଙ୍ଗ ଉଠାଇପାରନ୍ତି   । ରାଜ୍ୟର ବିପର୍ଯ୍ୟସ୍ତ  ଆଇନଶୃଙ୍ଖଳା ଉପରେ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇପାରନ୍ତି  ।

Municipal Election Result 2022