Advertisment

ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ କରିବାକୁ କୋର୍ଟ ଯିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ କୋର୍ଟଙ୍କ ଆଶ୍ରୟ ନିଆଯିବ ବୋଲି ବିଜେପି କହିଛି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାନଯିବା ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ। ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ଚପାଇ ଦେବା ଓଡ଼ିଆ ଜାତି ଓ […]

ଅଦ୍ୟତନ ହୋଇଛି
ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ କରିବାକୁ କୋର୍ଟ ଯିବ ବିଜେପି

pitambar_acharya - statement

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବା ଦାବିରେ କୋର୍ଟଙ୍କ ଆଶ୍ରୟ ନିଆଯିବ ବୋଲି ବିଜେପି କହିଛି।

Advertisment

ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାନଯିବା ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ। ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ଚପାଇ ଦେବା ଓଡ଼ିଆ ଜାତି ଓ ଜଗନ୍ନାଥ ସଂସ୍କୃତି ବିରୋଧରେ ଏକ ବିରାଟ ଷଡ଼ଯନ୍ତ୍ର। ତୃତୀୟ ମହଲାର ଇଙ୍ଗିତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଏଭଳି ଅସମ୍ବିଧାନିକ ନିଷ୍ପତ୍ତି ନେଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଶ୍ରୀ ମହାପାତ୍ର ଯାହା ଇଙ୍ଗିତରେ ବି ଏଭଳି ନିଷ୍ପତ୍ତି ନେଇ ଥାଆନ୍ତୁ, ତାଙ୍କୁ ବିଜେପି ଜଣାଇ ଦେବାକୁ ଚାହୁଁଛି ଯେ ସେ ସୁପ୍ରିମକୋର୍ଟ, ସଂସଦ କିମ୍ବା ସମ୍ବିଧାନର ଉପରେ ନୁହଁନ୍ତି। ଶ୍ରୀମନ୍ଦିର ଆଇନ ବଳରେ ନିଯୁକ୍ତି ପାଇଥିବା ସେ ଜଣେ ଅଫିସର୍ ମାତ୍ର। ପ୍ରଭୁ ଜଗନ୍ନାଥ ମଧ୍ୟ ପ୍ରଦୀପ୍ତ ମହାପାତ୍ରଙ୍କ ଜାଗିରଦାରୀ ନୁହଁନ୍ତି। ସାଢ଼େ ୪କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହୋଇଥିବାରୁ ତାଙ୍କ ସମ୍ପର୍କରେ ସମସ୍ତ କଥା ଜାଣିବାର ଅଧିକାର ସମଗ୍ର ଓଡ଼ିଶାବାସୀଙ୍କ ରହିଛି।

ତେଣୁ ଏଥିପାଇଁ ଆବଶ୍ୟକ ପଡ଼ିଲେ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଛାଇବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଏହା ସହିତ ବ୍ରହ୍ମ ବିଭ୍ରାଟ ସହ ଜଡ଼ିତ ଥିବା ସେବାୟତଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ବେଳେ ଯେଉଁ ସେବାୟତ ବିବାଦୀୟ ହୋଇପଡ଼ିଥିଲେ ତାଙ୍କୁ ରାଜ୍ୟ ସରକାର ନିଗମ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିଛନ୍ତି।ଶ୍ରୀଜଗନ୍ନାଥଙ୍କ ଆସ୍ଥା ସହ ଖେଳି ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ କରିଥିବା ବିବାଦୀୟ ସେବାୟତଙ୍କୁ ରାଜ୍ୟ ସରକାର ଏଭଳି ପୁରସ୍କୃତ କରିବା ପଛରେ କି ଉଦ୍ଦେଶ୍ୟ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe