Advertisment

ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ ନିର୍ମାଣକୁ ବିଜେପିର ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ୧୦୦ମିଟରର ନିଷିଦ୍ଧାଞ୍ଚଳ ଭିତରେ କୌଣସି ପ୍ରକାରର ନିର୍ମାଣକୁ ରାଜ୍ୟ ବିଜେପି ବିରୋଧ କରିଛି। ଏହାସହିତ ଏଏସଆଇଙ୍କ ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରିବାକୁ ବିଜେପି ଦାବି କରିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଶାସନ ଅହଂକାରରେ ଚାଲେ ନାହିଁ ଜନତାଙ୍କ ଆର୍ଶୀବାଦରେ ଚାଲେ । ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ଏପର୍ଯ୍ୟନ୍ତ […]

author-image
Ordigital Desk
ଅଦ୍ୟତନ ହୋଇଛି
ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ ନିର୍ମାଣକୁ ବିଜେପିର ବିରୋଧ

Puri Jagannath Temple

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ୧୦୦ମିଟରର ନିଷିଦ୍ଧାଞ୍ଚଳ ଭିତରେ କୌଣସି ପ୍ରକାରର ନିର୍ମାଣକୁ ରାଜ୍ୟ ବିଜେପି ବିରୋଧ କରିଛି। ଏହାସହିତ ଏଏସଆଇଙ୍କ ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରିବାକୁ ବିଜେପି ଦାବି କରିଛି।

Advertisment

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଶାସନ ଅହଂକାରରେ ଚାଲେ ନାହିଁ ଜନତାଙ୍କ ଆର୍ଶୀବାଦରେ ଚାଲେ । ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ । ଶୌଚାଳୟ ନିର୍ମାଣ ନାମରେ ଗଭୀର ଖନନ କରାଯାଇ କ'ଣ ଚାଲିଛି, ତାହା ମଧ୍ୟ ସନ୍ଦେହ ଘେରରେ । ବିକାଶରେ ବାଧା ଦେଉନାହିଁ କି ବିକାଶକୁ ବିରୋଧ କରୁନାହିଁ ବିଜେପି। କିନ୍ତୁ ଶ୍ରୀମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦୃଷ୍ଟିରୁ ଏଏସଆଇଓର ଅନୁମତି ନେଇ ନିର୍ମାଣ କରିବାକୁ ବିଜେପି ଦାବି କରୁଛି । ଶ୍ରୀମନ୍ଦିରର ୧୦୦ମିଟର ମଧ୍ୟରେ ବେଆଇନ ନିର୍ମାଣକୁ ବିରୋଧ କରୁଛି ବିଜେପି । ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳାନଯାଉ । ଶ୍ରୀମନ୍ଦିରର ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପବିତ୍ର ରୋଷଘର ଚୁଲି ଗୁଡ଼ିକ ଭାଙ୍ଗି ଦିଆଯିବା ଘଟଣା ରାଜ୍ୟବାସୀଙ୍କ ସମେତ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ବ୍ୟଥିତ କରିଛି । ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗିଦେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ । ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହଜନକ । ଏହି ଘଟଣାକୁ ଗୁରୁତ୍ୱର ସହ ଚିନ୍ତା କରି ତଦନ୍ତ କରିବା ସହ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବତ୍ତି ନହେବ ସେଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜେପି ଦାବି ଜଣାଇଛିିି ।

Advertisment