Advertisment

‘୧୦ ଲକ୍ଷ ଓଡ଼ିଆ ଯୁବକଯୁବତୀଙ୍କୁ ସଦସ୍ୟ କରିବ ବିଜେପି ଯୁବମୋର୍ଚ୍ଚା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲିଥିବା ବିଜେପିର ସଦସ୍ୟତା ଅଭିଯାନରେ ଅତି କମରେ ରାଜ୍ୟର ୧୦ ଲକ୍ଷ ଯୁବକଯୁବତୀଙ୍କୁ ଦଳର ସଦସ୍ୟ କରିବାକୁ ବିଧିବଦ୍ଧ ଅଭିଯାନ ପ୍ରସ୍ତୁତ କରାଯାଇଛି। ଆଜି ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦଳର ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଏନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁଲାଇ ୨୬ ତାରିଖ […]

ଅଦ୍ୟତନ ହୋଇଛି
‘୧୦ ଲକ୍ଷ ଓଡ଼ିଆ ଯୁବକଯୁବତୀଙ୍କୁ ସଦସ୍ୟ କରିବ ବିଜେପି ଯୁବମୋର୍ଚ୍ଚା’

bjp-will-induct-10-lakh-members-from-among-the-youth-in-odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲିଥିବା ବିଜେପିର ସଦସ୍ୟତା ଅଭିଯାନରେ ଅତି କମରେ ରାଜ୍ୟର ୧୦ ଲକ୍ଷ ଯୁବକଯୁବତୀଙ୍କୁ ଦଳର ସଦସ୍ୟ କରିବାକୁ ବିଧିବଦ୍ଧ ଅଭିଯାନ ପ୍ରସ୍ତୁତ କରାଯାଇଛି। ଆଜି ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦଳର ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଏନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁଲାଇ ୨୬ ତାରିଖ କାର୍ଗିଲ ବିଜୟ ଦିବସ ଏବଂ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ସାରା ରାଜ୍ୟରେ ବୁଥସ୍ତର ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ସଦସ୍ୟତା ଅଭିଯାନ କରାଯାଇ ରାଜ୍ୟର ଯୁବକଯୁବତୀଙ୍କୁୁ ସଦସ୍ୟ କରିବା ପାଇଁ ବଡ଼ ଉଦ୍ୟମ କରାଯିବ।

Advertisment

ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସବୁ ଅଞ୍ଚଳ ଓ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ କରିବା ପାଇଁ ବିଶେଷ ଯୋଜନା ଆଧାରରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ବିଜେପିର ନେଶନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢ଼ିଙ୍କୁ ବିଜେପି ଆଡ଼କୁ ବେଶ ଆକର୍ଷିତ କରୁିଛି ବୋଲି ଶ୍ରୀ କୁମାର ଓ ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ ଓ ଓମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe