/odisha-reporter/media/post_attachments/uploads/2021/03/electricity-bill.jpg)
electricity
ଭୁବନେଶ୍ୱର(ଓଡ଼ିଶାରିପୋର୍ଟର) ବିଦ୍ୟୁତ୍ ଦରବୃଦ୍ଧିର ପ୍ରତିବାଦ କରି ଆଜିଠୁ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି। କରୋନା କାଳରେ ବିଦ୍ୟୁତ୍ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁ ଅତିଷ୍ଠ ହେଲେଣି ଲୋକ। ଏଥିଯୋଗୁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି ।
Advertisment
ଆହୁରି ପଢ଼ନ୍ତୁ: ୭ରୁ ୧୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ
ସବୁ ବିଦ୍ୟୁତ୍ ଅଫିସ ଆଗରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ରାଜ୍ୟ ବିଜେପି । ଏନେଇ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କାଲି ପ୍ରେସମିଟ୍ କରି ସୂଚନା ଦେଇଥିଲେ । ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ବିଦ୍ୟୁତ୍ କଂପାନୀ ମନଇଚ୍ଛା ବିଜୁଳି କାଟୁଛନ୍ତି । ତାସହ କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟୁତ୍ ଦରବୃଦ୍ଧି ଲଦି ଦିଆଯାଇଛି । ଯାହାର ପ୍ରତିବାଦ ସୂରୁପ ବିଜେପି ଆନ୍ଦୋଳନକୁ ଓହ୍ଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
