ବିଦ୍ୟୁତ୍ ଦରବୃଦ୍ଧି ଯୋଗୁ ଅତିଷ୍ଠ ଲୋକ, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର) ବିଦ୍ୟୁତ୍‌ ଦରବୃଦ୍ଧିର ପ୍ରତିବାଦ କରି ଆଜିଠୁ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି। କରୋନା କାଳରେ  ବିଦ୍ୟୁତ୍ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍‌ କାଟ୍ ଯୋଗୁ ଅତିଷ୍ଠ ହେଲେଣି ଲୋକ। ଏଥିଯୋଗୁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି । ଆହୁରି ପଢ଼ନ୍ତୁ: ୭ରୁ ୧୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ ସବୁ ବିଦ୍ୟୁତ୍‌ ଅଫିସ ଆଗରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ରାଜ୍ୟ ବିଜେପି ।   ଏନେଇ […]

electricity

Niharika Rout
  • Published: Wednesday, 14 July 2021
  • , Updated: 14 July 2021, 01:42 PM IST

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର) ବିଦ୍ୟୁତ୍‌ ଦରବୃଦ୍ଧିର ପ୍ରତିବାଦ କରି ଆଜିଠୁ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି। କରୋନା କାଳରେ  ବିଦ୍ୟୁତ୍ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍‌ କାଟ୍ ଯୋଗୁ ଅତିଷ୍ଠ ହେଲେଣି ଲୋକ। ଏଥିଯୋଗୁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି ।

ଆହୁରି ପଢ଼ନ୍ତୁ: ୭ରୁ ୧୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ସବୁ ବିଦ୍ୟୁତ୍‌ ଅଫିସ ଆଗରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ରାଜ୍ୟ ବିଜେପି ।   ଏନେଇ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କାଲି ପ୍ରେସମିଟ୍ କରି  ସୂଚନା ଦେଇଥିଲେ । ରାଜ୍ୟବାସୀଙ୍କୁ ଭୂଆଁ  ବୁଲାଇ ବିଦ୍ୟୁତ୍‌ କଂପାନୀ ମନଇଚ୍ଛା ବିଜୁଳି କାଟୁଛନ୍ତି । ତାସହ କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟୁତ୍‌ ଦରବୃଦ୍ଧି ଲଦି ଦିଆଯାଇଛି । ଯାହାର ପ୍ରତିବାଦ ସୂରୁପ ବିଜେପି ଆନ୍ଦୋଳନକୁ ଓହ୍ଳାଇଛି।

Related story