Advertisment

ଗାନ୍ଧୀ ଜୟନ୍ତୀରୁ ବିଜେପିର ସଂକଳ୍ପ ଯାତ୍ରା, ଜାରି କଲା ଲିଫଲେଟ୍ ଓ ଅଡ଼ିଓ ସିଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଗାନ୍ଧୀ ଜୟନ୍ତୀଠୁ ବିଜେପି ରାଜ୍ୟବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରିବ। ଏଥିପାଇଁ ଦଳ ପକ୍ଷରୁ ଆଜି ସଂକଳ୍ପ ଯାତ୍ରାର ଲିଫଲେଟ୍ ଓ ଅଡିଓ ସିଡି ଉନ୍ମୋଚିତ ହୋଇଛି। ଏହି ସଂକଳ୍ପ ପଦଯାତ୍ରା ସମୟରେ ଦଳ ପକ୍ଷରୁ ୭ଟି ସାମାଜିକ ପାପରୁ ନିବୃତ୍ତ ରହିବା ପାଇଁ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ଆହ୍ୱାନ କରାଯିବ। ଦଳର ରାଜ୍ୟ ମୁଖ୍ୟାଳୟରେ ସଂକଳ୍ପ ଯାତ୍ରାର ଲିଫଲେଟ୍, ପ୍ଲାକାର୍ଡ ଓ ଅଡିଓ ସିଡିକୁ ଉନ୍ମୋଚନ କରି ବିଜେପି […]

ବିଜେପୁର ଉପନିର୍ବାଚନ; ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେପି

BJP

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଗାନ୍ଧୀ ଜୟନ୍ତୀଠୁ ବିଜେପି ରାଜ୍ୟବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରିବ। ଏଥିପାଇଁ ଦଳ ପକ୍ଷରୁ ଆଜି ସଂକଳ୍ପ ଯାତ୍ରାର ଲିଫଲେଟ୍ ଓ ଅଡିଓ ସିଡି ଉନ୍ମୋଚିତ ହୋଇଛି। ଏହି ସଂକଳ୍ପ ପଦଯାତ୍ରା ସମୟରେ ଦଳ ପକ୍ଷରୁ ୭ଟି ସାମାଜିକ ପାପରୁ ନିବୃତ୍ତ ରହିବା ପାଇଁ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ଆହ୍ୱାନ କରାଯିବ।

Advertisment

ଦଳର ରାଜ୍ୟ ମୁଖ୍ୟାଳୟରେ ସଂକଳ୍ପ ଯାତ୍ରାର ଲିଫଲେଟ୍, ପ୍ଲାକାର୍ଡ ଓ ଅଡିଓ ସିଡିକୁ ଉନ୍ମୋଚନ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତାକାଲିଠୁୁ ବିଜେପି ତରଫରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ। ରାଜ୍ୟରେ ସମସ୍ତ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରରେ ଅକ୍ଟୋବର୨ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ। ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ସମସ୍ତ କର୍ମକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହେବେ।

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି କଟକ ଜିଲ୍ଲା ତେଲଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ସକାଳ ୯ଟାରେ ଏହି ପଦଯାତ୍ରା ଆରମ୍ଭ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନତାଙ୍କୁ ଭେଟିବା ସହ ଏକ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ବସଷ୍ଟାଣ୍ଡଠାରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ସୁନ୍ଦରଗଡ଼ ଜିଲ୍ଲା ଗାନ୍ଧୀମୂର୍ତ୍ତି ପାରିଜାତ ପାର୍କରେ ବ ସାଂସଦ ଜୁଏଲ ଓରାମ, ବାଲେଶ୍ୱର ଜିଲ୍ଲା ସିନେମା ଛକ ଶହିଦ ପାର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବରଗଡ ଜିଲ୍ଲା ଘେସପାଇଁମରାଠାରେ ସାଂସଦ ସୁରେଶ ପୂଜାରୀ, ଭୁବନେଶ୍ୱର ହଳଦିଆ କୁଆପୁଟଠାରେ ସାଂସଦ ଅପରାଜିତା ଷଡଙ୍ଗୀ, ବ୍ରହ୍ମପୁର ଜିଲ୍ଲା ପାରଳାଖେମୁଣ୍ଡିଠାରେ ଭୃଗୁ ବକ୍ସିପାତ୍ର, ଢେଙ୍କାନାଳ ଜିଲ୍ଲା ଗାନ୍ଧୀ ଛକଠାରେ ରୁଦ୍ରନାରାୟଣ ପାଣି, ତାଳଚେର ପ୍ରଥମ ଗେଟଠାରେ କାଳନ୍ଦୀ ସାମଲ, ସମ୍ବଲପୁର ଜିଲ୍ଲା ଭାତ୍ରା ଗାନ୍ଧୀମନ୍ଦିରଠାରେ ସାଂସଦ ନିତିଶ ଗଙ୍ଗଦେବ, ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଗାନ୍ଧୀ ପାର୍କଠାରେ ସାଂସଦ ବିଶେଶ୍ୱର ଟୁଡୁ, କଳାହାଣ୍ଡି ଜିଲ୍ଲା ନୂଆପଡା ଗାନ୍ଧୀ ଉଦ୍ୟାନଠାରେ ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ଗାନ୍ଧୀ ଛକଠାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଜଗତସିଂହପୁର ଜିଲ୍ଲା ପାରାଦୀପ ଥାନା ଛକଠାରେ ବିଭୁ ପ୍ରସାଦ ତରାଇ, ଭଦ୍ରକ ଜିଲ୍ଲା ମହତାବ କୋଠି ଥାନା ଛକଠାରେ ଅଭିମନ୍ୟୁ ସେଠୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହେମଳ ସଙ୍ଗ ଭବନଠାରେ ସାଂସଦ ଶ୍ରୀମତୀ ସଙ୍ଗିତା ସିଂହଦେଓ, କନ୍ଧମାଳ ଜିଲ୍ଲା ଫୁଲବାଣୀ ଗାନ୍ଧୀମର୍ତ୍ତି ଛକଠାରେ ଖାରବେଳ ସ୍ୱାଇଁ, ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ପର୍ଶୁରାମ ମାଝୀ, କୋରାପୁଟ ଜିଲ୍ଲା ପଟାଙ୍ଗୀଠାରେ ଜୟରାମ ପାଙ୍ଗୀ, ପୁରୀ ଜିଲ୍ଲା ପିପିଲି ବେରାବୋଇ ଗାନ୍ଧୀସ୍ମୃତି ପୀଠଠାରେ ଆଶ୍ରିତ ପଟ୍ଟନାୟକ, ଯାଜପୁର ଜିଲ୍ଲା ଦଶରଥପୁରଠାରେ ଅମୀୟ ମଲ୍ଲିକ, କେଉଁଝର ଜିଲ୍ଲା ସଦର ଖଜୁରୀପାଣିଠାରେ ଅନନ୍ତ ନାୟକ ଏବଂ ବିଧାୟକ ମୋହନ ମାଝୀ ପ୍ରମୁଖ ପଦଯାତ୍ରାର ଶୁଭାରମ୍ଭ କରିବେ ।

Advertisment

ଗାନ୍ଧୀଜୀଙ୍କ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ବିଶ୍ୱରେ ଆଗେଇ ନେବା ସହ ସଚେତନତା ସୃଷ୍ଟି କରୁଛନ୍ତି। ଏହି ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ, ସ୍ୱାବଲମ୍ବୀ, ସାଧାରଣ ଓ ସରଳ ଜୀବନ ଯାପନ,ଜଳ ସଂରକ୍ଷଣ, ନିଶା ନିବାରଣ, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ ଓ ସଚେତନା କରାଯିବ। ଏହାସହିତ ସମାଜରୁ ୭ଟି ପାପ ଯଥା- ସିଦ୍ଧାନ୍ତବିହୀନ ରାଜନୀତି, ପରିଶ୍ରମବିହୀନ ଧନ ଉପାର୍ଜନ, ବିବେକବିହୀନ ସୁଖପ୍ରାପ୍ତି, ଚରିତ୍ରବିହୀନ ଜ୍ଞାନ, ସଦାଚାରବିହୀନ ବ୍ୟବସାୟ, ସମ୍ବେଦନାବିହୀନ ବିଜ୍ଞାନ ଏବଂ ତ୍ୟାଗବିହୀନ ଉପାସନା ଭଳି ସାମାଜିକ ପାପରୁ ନିବୃତ୍ତ ରହିବା ପାଇଁ ଏହି ପଦଯାତ୍ରା ଅବସରରେ ଆହ୍ୱାନ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe