Advertisment

ନବୀନଙ୍କ ପାଇଁ ରାଜ୍ୟବ୍ୟାପୀ ନାଲିଚୁଡ଼ି ସଂଗ୍ରହ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ସମେତ ୩ଦଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ମହିଳାମାନଙ୍କଠୁ ନାଲି ଚୁଡ଼ି ସଂଗ୍ରହ କରିବ ଏବଂ ସଂଗୃହୀତ ସମସ୍ତ ନାଲିଚୁଡ଼ିକୁ ଚଳିତ ମାସ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦିଆଯିବ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପିପିଲି […]

author-image
Premananda Dash
ନବୀନଙ୍କ ପାଇଁ ରାଜ୍ୟବ୍ୟାପୀ ନାଲିଚୁଡ଼ି ସଂଗ୍ରହ କରିବ ବିଜେପି ମହିଳା ମୋର୍ଚ୍ଚା

bjp

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ସମେତ ୩ଦଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ମହିଳାମାନଙ୍କଠୁ ନାଲି ଚୁଡ଼ି ସଂଗ୍ରହ କରିବ ଏବଂ ସଂଗୃହୀତ ସମସ୍ତ ନାଲିଚୁଡ଼ିକୁ ଚଳିତ ମାସ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦିଆଯିବ।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପିପିଲି ଗଣଦୁଷ୍କର୍ମ ଘଟଣାରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାବିରୋଧୀ ବୟାନ ଦେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସି ରହିବା ସମଗ୍ର ମହିଳା ସମାଜ ପ୍ରତି ଅପମାନ। ଇତିହାସରେ ଏଭଳି ମୌନ ରହୁଥିବା ମୁଖ୍ୟମନ୍ତ୍ରୀ ବୋଧହୁଏ ବିରଳ। ସେ ଚୁପ୍ ନରହି ଆଗକୁ ଆସି ଉତ୍ତର ରଖିବା ପାଇଁ ବିଜେପି ମହିଳା ମୋର୍ଚ୍ଚା ତାଙ୍କୁ ନାଲିଚୁଡ଼ି ଭେଟି ଦେବା ପାଇଁ ନିଷ୍ପତ୍ତି ନେଇଛି।

ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟତଃ ୩ଟି ଦାବି- ଯଥା ପିପିଲି ଗଣଦୁଷ୍କର୍ମ ଘଟଣାରେ ନିର୍ଦ୍ଦୋଷରେ ଅଭିଯୁକ୍ତ ଖଲାସ ହୋଇଥିବାରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା, ଦାୟିତ୍ୱହୀନ ମନ୍ତବ୍ୟ ଦେଇ ମହିଳାଙ୍କୁ ଅପମାନିତ କରିଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଏବଂ ୧୯ବର୍ଷ ଧରି ଗୃହମନ୍ତ୍ରୀ ଦାୟିତ୍ୱରେ ରହି ଚୁପ୍ ବସିଥିବା ଯୋଗୁ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ସମାଜ ପାଖରେ କ୍ଷମା ମାଗନ୍ତୁ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି।

Advertisment

ଏହି ଦାବି ହାସଲ ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ୨ଥର ନବୀନ ନିବାସ ଘେରାଉ କରିବା ସହ ଗୋଟିଏ ଥର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ କରିସାରିଛି। କ୍ରାଇମବ୍ରାଞ୍ଚ ସଂସ୍ଥା ଏବେ ତଥ୍ୟ ନଷ୍ଟକାରୀ ସଂସ୍ଥା ପାଲଟି ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦୋହରା ନୀତି ଯୋଗୁ ବାହୁବଳୀ ବିଧାୟକ ତଥା ମନ୍ତ୍ରୀ ମହାରଥୀଙ୍କ ଛତ୍ରଛାୟା ତଳେ ଗଣଦୁଷ୍କର୍ମ ଅଭିଯୁକ୍ତ ସୁରକ୍ଷିତ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିରବତା ଯୋଗୁ ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ଓ ଅସମ୍ମାନିତ ମନେ କରୁଛନ୍ତି। ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଚାଲିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ସଦବୁଦ୍ଧି ଉଦୟ ଓ ତାଙ୍କର ପୁରୁଷତ୍ୱ ଜାଗ୍ରତ କରିବା ପାଇଁ ସମଗ୍ର ରାଜ୍ୟରୁ ମହିଳାମାନଙ୍କଠୁ ସଂଗୃହୀତ ନାଲିଚୁଡ଼ିକୁ ଆସନ୍ତା ୧୦ତାରିଖରେ ନବୀନ ନିବାସରେ ପ୍ରଦାନ କରିବାକୁ ବିଜେପି ମହିଳା ମୋର୍ଚ୍ଚା ନିଷ୍ପତ୍ତି ନେଇଛି। ମହିଳା ମୋର୍ଚ୍ଚାର ସଦସ୍ୟମାନେ ରାଜ୍ୟବ୍ୟାପୀ କୋଣଅନୁକୋଣରୁ ମହିଳାମାନଙ୍କଠୁ ଏହି ନାଲିଚୁଡ଼ି ସଂଗ୍ରହ କରିବେ ଓ ଏଥିରେ ସହଯୋଗ ପାଇଁ ସାଧାରଣ ମହିଳାମାନଙ୍କୁ ସେ ନିବେଦନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚାର ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।