୮ ଜିଲ୍ଲାରେ ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା, ପୁରୀରେ ଏସପି ଅଫିସକୁ ଧସେଇ ପଶିଲେ

ପୁରୀ(ଓଡ଼ିଶା ରିପୋର୍ଟର):  କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହିତ ଗିରଫ କରିବା ଦାବିରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୮ ଜିଲ୍ଲାରେ ଏସ୍‌ପି ଅଫିସ୍ ଘେରାଉ କରାଯାଇଛି। ପୁରୀ, ବାଲେଶ୍ୱର, ଗଜପତି, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାରେ ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରେ କର୍ମୀମାନେ ବିକ୍ଷୋଭ କରିଛନ୍ତି। ପୁରୀରେ ବ୍ୟାରିକେଡ୍‌ ଭାଙ୍ଗି ଏସ୍‌ପି ଅଫିସକୁ ଧସେଇ ପଶିଥିଲେ […]

bjp

bjp

Tapaswini Nayak
  • Published: Wednesday, 27 October 2021
  • Updated: 27 October 2021, 02:53 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର):  କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହିତ ଗିରଫ କରିବା ଦାବିରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୮ ଜିଲ୍ଲାରେ ଏସ୍‌ପି ଅଫିସ୍ ଘେରାଉ କରାଯାଇଛି। ପୁରୀ, ବାଲେଶ୍ୱର, ଗଜପତି, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାରେ ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରେ କର୍ମୀମାନେ ବିକ୍ଷୋଭ କରିଛନ୍ତି।

ପୁରୀରେ ବ୍ୟାରିକେଡ୍‌ ଭାଙ୍ଗି ଏସ୍‌ପି ଅଫିସକୁ ଧସେଇ ପଶିଥିଲେ କର୍ମୀମାନେ। ଏହାସହ ଏସ୍‌ପି ଅଫିସ ଆଗରେ ଥିବା ପୁଲିସ କର୍ମଚାରୀମାନଙ୍କୁ ଯୁବମୋର୍ଚ୍ଚାର କର୍ମୀମାନେ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି।

ବିଜେପି ନେତ୍ରୀ ଉପାସନା ମହାନ୍ତି କହିଛନ୍ତି, ଓଡ଼ିଶାରେ ଝିଅ ଓ ବୋହୂଙ୍କୁ ହତ୍ୟା  ନ କରାଯାଉ। ନବୀନ ସରକାର ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଯେପରି ଆଉ କୌଣସି ଅପରାଧୀ ଗୋବିନ୍ଦ ସାହୁ ଭଳିଆ ପାଚେରି ଡେଇଁକି ଫେରାର ହୋଇ ନଯାଉ।  ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ, ନ ହେଲେ ଆଗକୁ ଲଢ଼େଇ ହେବ।

ସୂଚନାଯୋଗ୍ୟ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସଂପର୍କ ରହିଛି। ସେ ବରାବର ଗୋବିନ୍ଦ ସାହୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଲେଜକୁ ଯାଉଥିଲେ। ଏମିତିକି ସେ ମମିତା ଓ ଗୋବିନ୍ଦଙ୍କ ମଧ୍ୟରେ ବୁଝାମଣା କରିବାକୁ ପ୍ରୟାସ କରିଥିବା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ତିନି ଦିନ ତଳେ କହିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos