Advertisment

ବିଜେପି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା: ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ଜିଲ୍ଲା ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପି ରବିବାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ରାଜ୍ୟରେ ଦଳର ୩୬ଟି ସାଂଗଠନିକ ଜିଲ୍ଲା ରହିଥିବା ବେଳେ ୩୦ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ଜିଲ୍ଲା ସଭାପତି ହୋଇଥିବା ବେଳେ ପ୍ରଦୀପ ନାୟକ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ଭକ୍ତବନ୍ଧୁ ନାୟକ ବଲାଙ୍ଗିର ଜିଲ୍ଲା ସଭାପତି ହୋଇଥିବା ବେଳେ ମଦନ ମୋହନ ଦତ୍ତ ବାଲେଶ୍ୱର ଜିଲ୍ଲା ସଭାପତି ହୋଇଛନ୍ତି। ହରେକୃଷ୍ଣ ଖୁଣ୍ଟିଆ ଭୁବନେଶ୍ୱରର […]

author-image
Rakesh Mallick
ଅଦ୍ୟତନ ହୋଇଛି
ବିଜେପି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା: ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ଜିଲ୍ଲା ସଭାପତି

BJPoffice

ଭୁବନେଶ୍ୱର: ରାଜ୍ୟ ବିଜେପି ରବିବାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ରାଜ୍ୟରେ ଦଳର ୩୬ଟି ସାଂଗଠନିକ ଜିଲ୍ଲା ରହିଥିବା ବେଳେ ୩୦ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ଜିଲ୍ଲା ସଭାପତି ହୋଇଥିବା ବେଳେ ପ୍ରଦୀପ ନାୟକ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ଭକ୍ତବନ୍ଧୁ ନାୟକ ବଲାଙ୍ଗିର ଜିଲ୍ଲା ସଭାପତି ହୋଇଥିବା ବେଳେ ମଦନ ମୋହନ ଦତ୍ତ ବାଲେଶ୍ୱର ଜିଲ୍ଲା ସଭାପତି ହୋଇଛନ୍ତି।

Advertisment

ହରେକୃଷ୍ଣ ଖୁଣ୍ଟିଆ ଭୁବନେଶ୍ୱରର ଦଳୀୟ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ହେମନ୍ତ ସାହୁ ଓ ଲକ୍ଷ୍ମୀଧର ପ୍ରଧାନ ଯଥାକ୍ରମେ କଟକ ସଦର ଓ କଟକ ସିଟିର ସଭାପତି ହୋଇଛନ୍ତି।

ଭାଗିରଥୀ ପ୍ରଧାନ ଅନୁଗୋଳ ଜିଲ୍ଲା ସଭାପତି ହୋଇଥିବା ବେଳେ ନାରାୟଣ ସାହୁ ବରଗଡ଼ ଜିଲ୍ଲା, ବଦ୍ରିନାରାୟଣ ଧଳ ଭଦ୍ରକ, ସୌମିତ୍ରୀ ନାୟକ ବୌଦ୍ଧ, ଅରୁଣ କୁମାର ସାହୁ ଦେବଗଡ଼, ବିଭୂତି ଭୂଷଣ ପ୍ରଧାନ ଢେଙ୍କାନାଳ, କାହ୍ନୁଚରଣ ପତି ଗଞ୍ଜାମ, ପୃଥ୍ୱୀରାଜ ମହାପାତ୍ର ଘୁମୁଷୁର, ଆଶୁତୋଷ ପରିଡ଼ା ଯାଜପୁର, ସୁକାନ୍ତ କୁମାର ଦ୍ୱିବେଦୀ କେନ୍ଦ୍ରାପଡ଼ା ଓ ସୁବାସ ଜେନା ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ସଭାପତି ହୋଇଛନ୍ତି।

Advertisment

ସେହିପରି କୋରାପୁଟ ଜିଲ୍ଲା ବିଜେପି ସଭାପତି ହୋଇଛନ୍ତି ବିଜୟ କୁମାର ମିଶ୍ର। ଅଶୋକ କୁମାର ପରିଡ଼ା ମାଲକାନଗିରି ଜିଲ୍ଲାର ନୂଆ ସଭାପତି ହୋଇଥିବା ବେଳେ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ (ବାରିପଦା), ନବୀନ ରାମ ମୟୂରଭଞ୍ଜ (ରାଇରଙ୍ଗପୁର), ଗୋବିନ୍ଦ କୁମାର ଜୈନ ନବରଙ୍ଗପୁର ଓ ସନ୍ୟାସୀ ନାୟକ ନୟାଗଡ଼ ଜିଲ୍ଲା ସଭାପତି ହୋଇଛନ୍ତି।

ଶିବ ପ୍ରସାଦ ମୁଣ୍ଡ ନୂଆପଡ଼ା ଜିଲ୍ଲାର ନୂଆ ସଭାପତି ହୋଇଛନ୍ତି। ପ୍ରଭଞ୍ଜନ ମହାପାତ୍ର ପୁରୀ ଜିଲ୍ଲା ସଭାପତି ହୋଇଥିବା ବେଳେ ବଟ କିଶୋର ମିଶ୍ର ସୁନ୍ଦରଗଡ଼, ଜଗବନ୍ଧୁ ବେହେରା ସୁନ୍ଦରଗଡ଼ (ପାନପୋଷ) ଓ ରାହାସ ବିହାରୀ ପ୍ରଧାନ ସୁନ୍ଦରଗଡ଼ (ବଣାଇ) ସାଂଗଠନିକ ଜିଲ୍ଲାର ନୂଆ ସଭାପତି ହୋଇଛନ୍ତି।