ଭୁବନେଶ୍ୱରରେ ଚାଲିଥିବା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଶେଷ ହୋଇଛି। ଅନ୍ତିମ ଦିନରେ ଆଜି ରାଜନୈତିକ ଚିଠା ପ୍ରସ୍ତାବ ଆସିଥିଲା। ଖଣି ପ୍ରସଙ୍ଗ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ତାରା ଦତ୍ତ ଟାସ୍କ ଫେ।ର୍ସ ରିପୋର୍ଟ, ନାରୀ ନିର୍ଯାତନା ଆଦି ପ୍ରସଙ୍ଗ ଉପରେ ଏହି ଚିଠା ପ୍ରସ୍ତାବ ଆସିଥିଲା। ଏହାସହ ତୃଣମୂଳ ସ୍ତରରେ ଦଳକୁ କିପରି ମଜଭୁତ୍ କରାଯିବ ସେ ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସଦସ୍ୟ ସଂଖ୍ୟା ବୃଦ୍ଧି ପରେ ଦଳ ୨୦୧୯ ନିର୍ବାଚନକୁ ଟାର୍ଗେଟ୍ ରଖିଛି। ଅନ୍ତିମ ଦିନରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ମହେଶ ଶର୍ମା, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂଗଠନ ଯୁଗ୍ମ ସଂପାଦକ ଶିବ୍ ପ୍ରକାଶ ଓ ରାଜ୍ୟର ତୁଙ୍ଗନେତାମାନେ ଯୋଗ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡି ତାଲିକାରେ କେଁ: ପୁରୁଖାଙ୍କୁ ଅପମାନିତ କଲେ, ଅସନ୍ତୁଷ୍ଟଙ୍କୁ ଦୂରେଇଦେଲେ
ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ମୁହଁ ଖୋଲିଥିବା ଦଳର ପୁରୁଖା ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରାଯାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ଏୟୁ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ପାତ୍ର, ଅରୁଣ ସାହୁ, ମୁୂନ୍ନା ଖାନ, ଦେବାଶୀଷ ସାମନ୍ତରାୟଙ୍କ ଭଳି ପୁରୁଖା ନେତାମାନଙ୍କୁ ଜାଣିଶୁଣି ଅପମାନିତ କରିବାକୁ ସୁଚିନ୍ତିତ ଢଙ୍ଗରେ ପ୍ରୟାସ କରାଯାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

Politics
୨୫ବର୍ଷ ପରେ ଗଢ଼ିଲେ ‘ରାଜନୀତିକ ବ୍ୟାପାର କମିଟି’: ବିଜେଡି ପତନର ଆରମ୍ଭ ନୁହେଁ ତ?
ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ‘ପଣ୍ଡିତ ଜବାହାରଲାଲ ନେହୁରୁଙ୍କ’ ସହ ତୁଳନା କରିଥିବା ସନ୍ତୃପ୍ତ ମିଶ୍ରଙ୍କୁ ରାଜନୀତିକ ବ୍ୟାପାର କମିଟିରେ ସ୍ଥାନିତ କରି ପୁରସ୍କୃତ କରାଯାଇଛି ।

Politics
ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ: ପ୍ରକୃତିଙ୍କ ଭଳି ପ୍ରିଶା ଆତ୍ମହତ୍ୟା ମାମଲାର ତଦନ୍ତକୁ ଚାପି ଦେବକି କିଟ୍?
ନେପାଳୀ ଛାତ୍ରୀ ପ୍ରକୃତି ଲାମସଲ ଫେବୃୟାରୀ ୧୬ରେ ଆତ୍ମହତ୍ୟା କରିବା ପରେ ରାଜ୍ୟ ସରକାର ସେହି ମାସ ୧୮ତାରିଖରେ ଗଢ଼ିଥିବା ଉଚ୍ଚସ୍ତରୀୟ କମିଟିର ଯାଂଚ ରିପୋର୍ଟକୁ ନେଇ ଏବେ ପୁଣିଥରେ ପ୍ରଶ୍ନ ଉଠିଛି । ଗୃହସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ତଦନ୍ତ ରିପୋର୍ଟ କୁଆଡ଼େ ଗଲା ଓ ସରକାର ଏହାଉପରେ କ’ଣ ଆକ୍ସନ ନେଇଛନ୍ତି ତାହା ମଧ୍ୟ ଜଣାପଡ଼ିନି ।

Politics
ମୋହନ ସରକାରଙ୍କ ବର୍ଷପୂର୍ତ୍ତି: ଚାଲିଛି ସଫଳତାର ଦସ୍ତାବିଜ ସଂକଳନ, କେତେ ସଫଳ-କ’ଣ ରହିଛି ବିବାଦ ଓ ଚ୍ୟାଲେଞ୍ଜ
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ନିଷ୍ପତ୍ତି ହୋଇଛି। ଏହା ସରକାରୀ ବିଭାଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ସଫଳତାର ଦସ୍ତାବିଜକୁ ଆକ୍ସନପ୍ଲାନ ଆକାରରେ ସଂକଳନ କରିବେ।

Guest Column
ଟମାଟୋ ପିଆଜ ଆଳୁ, ଟପ୍ ପରିବା ଖଳୁ!
ଆମ ଦେଶରେ ବିଲାତି ବାଇଗଣ ବା ଟମାଟୋ, ପିଆଜ ବା ଓନିଅନ ଏବଂ ଆଳୁ ବା ପଟାଟୋକୁ ସଂକ୍ଷେପରେ ଟପ୍ (TOP) ପରିବା କୁହାଯାଏ। ଏଗୁଡିକର ବଜାର ଦର ବଢ଼ିଗଲେ, ଗୃହିଣୀମାନେ ଚିନ୍ତାରେ ପଡ଼ି ଯାଆନ୍ତି।