bjp
ଭୁବନେଶ୍ୱର: ରାଜ୍ୟରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ ପରେ ଆଜି ଆରମ୍ଭ ହୋଇଛି ମହାସଂପର୍କ ଅଭିଯାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ନେତା କୈଳାସ ବିଜୟ ବର୍ଗୀଆ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ମହେଶ ଶର୍ମା, ରାଷ୍ଟ୍ରୀୟ ସଂପର୍କ ଅଭିଯାନର ସହ ଆବାହକ କୈଳାସ ବିଜୟ ବର୍ଗୀଆ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ରାଜ୍ୟ ପଦାଧିକାରୀ, ବିଜେପି ରାଜ୍ୟ ସଭାପତି କେଭି ସିଂହଦେବଙ୍କ ସମେତ ରାଜ୍ୟର ବରିଷ୍ଠ ନେତାମାନେ ଯୋଗ ଦେଉଛନ୍ତି । ଏହା ବ୍ୟତୀତ ଜିଲ୍ଲା ସ୍ତରରୁ ମଧ୍ୟ ବିଜେପି କର୍ମକର୍ତ୍ତା ମାନେ ଯୋଗ ଦେଇଛନ୍ତି । ଏହି କର୍ମଶାଳାରେ ପ୍ରାୟ ୩୦୦ ପ୍ରତିନିଧି ଯୋଗ ଦେଉଛନ୍ତି ।/odisha-reporter/media/post_attachments/wp-content/uploads/2015/05/bjp-2.jpg)
ସୂଚନାଯୋଗ୍ୟ, ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ପରେ ଦଳ ଏକ କୋର କମିଟି ଗଠନ କରିଛି । ଏହି କୋର କମିଟି ଦଳର ସଦସ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କଠାରୁ ସର୍ବବିଶେଷ ତଥ୍ୟ ସଂଗ୍ରହ କରିବେ । ରାଜ୍ୟରେ ୩୦ ଲକ୍ଷ ୫୪ ହଜାର ସଦସ୍ୟତା ହାସଲ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/IMG-20150509-WA0004.jpg)