Advertisment

୧୧ରୁ ବିଜେପିର ଯୁବ ଅଧିକାର ସଂଘର୍ଷ ପଦଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଯୁକ୍ତି ଓ ରୋଜଗାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୧ ତାରିଖରୁ ଯୁବ ଅଧିକାର ସଂଘର୍ଷ ଯାତ୍ରା ଆରମ୍ଭ ହେବ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ଏହି ଯୁବ ଅଧିକାର ସଂଘର୍ଷ ପଦଯାତ୍ରା ଆରମ୍ଭ ହୋଇ ୧୨ ତାରିଖରେ ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହେବ। ଏ ସମ୍ପର୍କରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, […]

୧୧ରୁ ବିଜେପିର ଯୁବ ଅଧିକାର ସଂଘର୍ଷ ପଦଯାତ୍ରା

BJP YUV MORCHA

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଯୁକ୍ତି ଓ ରୋଜଗାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୧ ତାରିଖରୁ ଯୁବ ଅଧିକାର ସଂଘର୍ଷ ଯାତ୍ରା ଆରମ୍ଭ ହେବ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ଏହି ଯୁବ ଅଧିକାର ସଂଘର୍ଷ ପଦଯାତ୍ରା ଆରମ୍ଭ ହୋଇ ୧୨ ତାରିଖରେ ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହେବ।

Advertisment

ଏ ସମ୍ପର୍କରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଗତ ୫ତାରିଖ ଦିନ ବିଜେପି ଯୁବମୋର୍ଚ୍ଚାର ଆହ୍ୱାନରେ ହଜାର ହଜାର ଯୁବକଯୁବତୀ ରାଜ୍ୟର ସମସ୍ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲାବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ନିଯୁକ୍ତି ଓ ରୋଜଗାରକୁ ନେଇ ବିଜେପି ଯେଉଁ ପ୍ରଶ୍ନ ଉଠାଇଥିଲା ତା’ର ଉତ୍ତର ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦେଲେ ନାହିଁ। ଅନ୍ୟପକ୍ଷରେ ଓଡ଼ିଶାରେ ଯେଉଁ ଶିଳ୍ପପତିମାନେ ଶିଳ୍ପ ସ୍ଥାପନ କରିଛନ୍ତି ସେଥିରେ ରାଜ୍ୟ ସରକାର ବାଧକ ସାଜିଛନ୍ତି। କୌଣସି ନୂଆ ଓଡ଼ିଆ ଶିଳ୍ପପତିଙ୍କୁ ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ପ୍ରୋତ୍ସାହନ ଦେଇନାହାନ୍ତି। ସେହିପରି ସରକାରଙ୍କ ନୀତି ଅନୁସାରେ ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକରେ ଓଡ଼ିଶାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ମିଳିନି। କିନ୍ତୁ ମେକ୍ ଇନ୍ ଓଡ଼ିଶା ବା ଓଡ଼ିଶା କନକ୍ଲେଭକୁ ନେଇ ଲମ୍ବାଚଉଡ଼ା ଭାଷଣ ଦେଉଛନ୍ତି।

ଏସବୁ ଦୃଷ୍ଟିରୁ ୧୯ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପ୍ରତିବାଦରେ ବିଜେପି ଓଡ଼ିଶାର ସ୍ୱାଭିମାନର ପ୍ରତୀକ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣି ମଧୁବାବୁଙ୍କ ଜନ୍ମପୀଠରୁ ୧୧ତାରିଖରେ ଅଧିକାର ସଂଘର୍ଷ ପଦଯାତ୍ରା ଆରମ୍ଭ କରିବ। ଏହି ପଦଯାତ୍ରାରେ ହଜାର ହଜାର ଯୁବକଯୁବତୀଙ୍କୁ ସାମିଲ ହେବା ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆହ୍ୱାନ କରାଯାଇଛି। ୧୨ତାରିଖ ଭୁବନେଶ୍ୱରସ୍ଥିତ ବକ୍ସ ଜଗବନ୍ଧୁ ପ୍ରତିମୂର୍ତ୍ତି ନିକଟରେ ଏହି ଯାତ୍ରାର ସମାପନ ହେବ। ଓଡ଼ିଆ ଯୁବକଯୁବତୀଙ୍କୁ ରୋଜଗାର ପାଇଁ ଆଗାମୀ ଦିନରେ ନିର୍ଣ୍ଣାୟକ ଲଢ଼େଇକୁ ଆଉ ପାଦେ ଆଗକୁ ନେବା ନିମନ୍ତେ ବିଜେପି ପକ୍ଷରୁ ଏହି ଅଧିକାର ସଂଘର୍ଷ ପଦଯାତ୍ରାର ଆୟୋଜନ କରାଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe