‘ମିଛରେ ଅସୁସ୍ଥତା ଦର୍ଶାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଜାମିନ ନାମଞ୍ଜୁର ପରେ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।  ଆଇନର ଗଳାବାଟ ଦେଇ ସେ କାର୍ଯ୍ୟ କରୁଛନ୍ତି।’ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛି  ବିଜେପି। ଆଜି ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇ ନେତୃତ୍ୱରେ ଏକ ଟିମ୍  କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଭୂ କହିଛନ୍ତି,  ଚିଲିକା ବିଧାୟକ […]

prasanta jagdev

prasanta jagdev

Tapaswini Nayak
  • Published: Monday, 18 October 2021
  • Updated: 18 October 2021, 02:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଜାମିନ ନାମଞ୍ଜୁର ପରେ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।  ଆଇନର ଗଳାବାଟ ଦେଇ ସେ କାର୍ଯ୍ୟ କରୁଛନ୍ତି।’ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛି  ବିଜେପି। ଆଜି ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇ ନେତୃତ୍ୱରେ ଏକ ଟିମ୍  କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବିଭୂ କହିଛନ୍ତି,  ଚିଲିକା ବିଧାୟକ ଜଣେ ଅଭ୍ୟାସଗତ ଅପରାଧୀ। ସେ ଆଇନକୁ ଫାଙ୍କିବା ପାଇଁ ଓ ଜେଲ ନଯିବା ପାଇଁ ଚିକିତ୍ସା ନାଁରେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ରହୁଛନ୍ତି। ଗୃହ ବିଭାଗ ତାଙ୍କୁ ଗିରଫ କଲା ନାହିଁ। ଅପରପକ୍ଷରେ ଶାସକ ଦଳ ସ୍ୱାସ୍ଥ୍ୟ ବିଭାଗ ଜରିଆରେ ପ୍ରଶାନ୍ତ ଜଗଦେବଙ୍କୁ ଜେଲକୁ ନ ପଠାଇବା ପାଇଁ ଷଡ଼ଯନ୍ତ୍ର କରୁଛି। ସରକାର ପ୍ରଶାନ୍ତ ଜଗଦେବଙ୍କୁ ନିଜ ଦଳରୁ ନିଲମ୍ବିତ କଲେ ମଧ୍ୟ ପରୋକ୍ଷରେ ସାହାଯ୍ୟ କରୁଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଶାନ୍ତ ଜଗଦେବଙ୍କୁ କ୍ୟାପିଟାଲ ହସ୍ପିଟାଲରେ ବେଆଇନ ଭାବେ ଲୋକେ ଭେଟୁଛନ୍ତି। ଏ ନେଇ  ବିଜେପି ପକ୍ଷରୁ  କ୍ୟାପିଟାଲ ହସ୍ପିଟାଲ  ନିର୍ଦ୍ଦେଶକ ଡାକ୍ତର ଏଲ. ଡ଼ି. ସାହୁ ଙ୍କୁ  ଏକ ଦାବିପତ୍ର ଦିଆଯାଇଛି।  ଯଦି ଏହିଭଳି ଭାବେ ପ୍ରଶାନ୍ତଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ସହ ବେଆଇନ ଭାବେ ଚିକିତ୍ସା କରାଯାଏ, ତେବେ କ୍ୟାପିଟାଲ ହସ୍ପିଟାଲରେ ବଜେପି ଧାରଣା ଦେବ।

ବିଜେପିର ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ. ଡ଼ି. ସାହୁ କହିଛନ୍ତି, ବିନା ସ୍ୱାସ୍ଥ୍ୟଗତ କାରଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଚିକିତ୍ସା କରାଯିବା ଅଭିଯୋଗ ମିଛ। ସେ  କିଛି ଦିନ ହେବ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ନିଃଶ୍ୱାସ ନେବାରେ ଅସୁବିଧା ହେଉଛି।  ତାଙ୍କର ଡାଇବେଟିସ ଓ ବ୍ଲଡ୍‌ ପ୍ରେସର ସମସ୍ୟା ଅଛି। ମେଡ଼ିସିନ ଓ ହୃଦରୋଗ ବିଭାଗକୁ ନେଇ ଏକ ଟିମ ଗଠନ କରାଯାଇଛି। ସେମାନେ ତାଙ୍କର ଚିକିତ୍ସା କରୁଛନ୍ତି।

ସେ ଆହୁରି କହିଛନ୍ତି, ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ, ତାହା ପୁଲିସର ଦାୟିତ୍ୱ। ପୁଲିସ୍‌ ତା’ର ରେକର୍ଡ ରଖିବ। ପୁଲିସ୍ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ଏପରି କାର୍ଯ୍ୟ କରୁନାହାନ୍ତି । ଯଦି ଏଭଳି କେହି କରୁଥିବେ, ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story