ପ୍ରତିମାସରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ : ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇଦିନ ମଧ୍ୟରେ ୭ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ସାଂଗଠନିକ କାର୍ଯ୍ୟର ତଦାରଖ କରିବା ପରେ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ସାଧାରଣ ନିର୍ବାଚନ ପାଇଁ ଏବେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରୁଥିବାବେଳେ ପ୍ରତିମାସରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ବିଜେପିର […]

panda

panda

Ordigital Desk
  • Published: Saturday, 10 September 2022
  • Updated: 11 September 2022, 07:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇଦିନ ମଧ୍ୟରେ ୭ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ସାଂଗଠନିକ କାର୍ଯ୍ୟର ତଦାରଖ କରିବା ପରେ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ସାଧାରଣ ନିର୍ବାଚନ ପାଇଁ ଏବେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରୁଥିବାବେଳେ ପ୍ରତିମାସରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ବିଜେପିର ସାଂଗଠନିକ କାର୍ଯ୍ୟ ପାଇଁ ପ୍ରତିମାସରେ ଓଡ଼ିଶାକୁ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ୨ଦିନିଆ ଗସ୍ତରେ ଆସିବେ । ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରି ସହ ସଂଗଠନ ସମ୍ପର୍କରେ ଆଲୋଚନା କରି ମାର୍ଗଦର୍ଶନ କରିବେ । ଏହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପରମାଣିକ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଥିବାବେଳେ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଏବଂ କର୍ମକର୍ତ୍ତା ସହିତ ଦଳୀୟ ସଂଗଠନ ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପରମାଣିକଙ୍କ ସହ ଶ୍ରୀ ପଣ୍ଡା ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀମାନଙ୍କର ଏଭଳି ଗସ୍ତ ଓ ସରକାରୀ ସମୀକ୍ଷାକୁ ନେଇ ବିଜେଡି ଚିନ୍ତାରେ ପଡ଼ିଛି । ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀମାନେ ଅସହିଷ୍ଣୁ ମନୋଭାବ ପୋଷଣ କରୁଛନ୍ତି । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି କି କେନ୍ଦ୍ର ସରକାର ବିଫଳ, ତାହା ରାଜ୍ୟବାସୀ ଜାଣନ୍ତି । କେନ୍ଦ୍ରମନ୍ତ୍ରୀମାନେ ଏବେ ଯେଉଁ ସମୀକ୍ଷା କରୁଛନ୍ତି ତାହା ଇନ୍ସପେକ୍ଟରରାଜ୍ ଭଳି ଲାଗୁଛି ।

ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ୭ଜଣ କ’ଣ ୧୦ଜଣ ଆସିଲେ ବି ଓଡ଼ିଶାର କିଛି ଲାଭ ହେବାର ନାହିଁ । କଂଗ୍ରେସ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଉଛି । ଆସନ୍ତା ୧୭ତାରିଖ ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ ଓଡ଼ିଶା ଆସିବେ । ୧୮ତାରିଖରେ ସେମାନଙ୍କର କାର୍ଯ୍ୟକ୍ରମ ରହିଛି । ଭାରତଯୋଡ଼୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଦଳୀୟ ସଂଗଠନକୁ ସୁଦୃଢ଼ ପାଇଁ ସେମାନେ ମାର୍ଗଦର୍ଶନ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos