Advertisment

ବିଜେପିର ଜନଜାଗରଣ ଅଭିଯାନ: କଶ୍ମୀରବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି ସବୁ ଭାରତୀୟଙ୍କ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ସରକାର ଜାମ୍ମୁ କଶ୍ମୀରରୁ ଧାରା-୩୭୦ ଓ ୩୫(କ)କୁ ଉଚ୍ଛେଦ ଭଳି ଐତିହାସିକ ନିଷ୍ପତ୍ତି ନେବାପରେ ଏହାକୁ ନେଇ କିଛି ଦେଶଦ୍ରୋହୀ ଅପପ୍ରଚାର ଚଳାଇଛନ୍ତି। ତେବେ କାଶ୍ମୀରବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ୧୩୦କୋଟି ଭାରତୀୟଙ୍କ ଦାୟିତ୍ୱ ବୋଲି ବିଜେପି ନେତା ତଥା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ କହିଛନ୍ତି। ଆଜି ଭୁବନେଶ୍ୱରରେ ବିଜେପିର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଶେଖାୱତ କହିଛନ୍ତି ଯେ, ମୋଦି […]

ଅଦ୍ୟତନ ହୋଇଛି
ବିଜେପିର ଜନଜାଗରଣ ଅଭିଯାନ: କଶ୍ମୀରବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି ସବୁ ଭାରତୀୟଙ୍କ ଦାୟିତ୍ୱ

janajagarana-jatra-of-bjp-in-odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ସରକାର ଜାମ୍ମୁ କଶ୍ମୀରରୁ ଧାରା-୩୭୦ ଓ ୩୫(କ)କୁ ଉଚ୍ଛେଦ ଭଳି ଐତିହାସିକ ନିଷ୍ପତ୍ତି ନେବାପରେ ଏହାକୁ ନେଇ କିଛି ଦେଶଦ୍ରୋହୀ ଅପପ୍ରଚାର ଚଳାଇଛନ୍ତି। ତେବେ କାଶ୍ମୀରବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ୧୩୦କୋଟି ଭାରତୀୟଙ୍କ ଦାୟିତ୍ୱ ବୋଲି ବିଜେପି ନେତା ତଥା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ କହିଛନ୍ତି।
ଆଜି ଭୁବନେଶ୍ୱରରେ ବିଜେପିର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଶେଖାୱତ କହିଛନ୍ତି ଯେ, ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ଯୋଗୁ ଜାମ୍ମୁକାଶ୍ମୀରରେ ମିଳିଥିବା ଉପଲବ୍ôଧ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ଓ କାଶ୍ମୀରବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ନିମନ୍ତେ ବିଜେପି ଏବେ ଦେଶର ୩୫ଟି ପ୍ରମୁଖ ସ୍ଥାନ ଏବଂ ୩୭୦ଟି ଅନ୍ୟ ସ୍ଥାନରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରୁଛି। କଂଗ୍ରେସର ଅଧାରୁ ଅଧିକ ନେତା ଏହି ଧାରା ହଟିବା ନେଇ କିପରି ଓ କ’ଣ ମନ୍ତବ୍ୟ ରଖିବେ ସେ ନେଇ ଦ୍ୱନ୍ଦରେ ରହିଛନ୍ତି । ମୋଦି ସରକାର କାଶ୍ମୀରର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। କାଶ୍ମିରୀର ପ୍ରତ୍ୟେକ ଗାଁରେ ରହୁଥିବା ଗରିବ ଲୋକଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚାଇବା ଓ ୫୦ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି। ଖୁବକମ୍ ଦିନ ମଧ୍ୟରେ କାଶ୍ମୀରବାସୀଙ୍କ ଘରେଘରେ ଶୌଚାଳୟ, ଗ୍ୟାସ ସଂଯୋଗ, ବିଜୁଳି ସଂଯୋଗ, ସ୍ୱାସ୍ଥ୍ୟସେବା ଓ ରୋଜଗାର ପହଞ୍ôଚବ । କାଶ୍ମୀରରେ ଏବେ ସ୍କୁଲ, କଲେଜ, ଅଫିସ ଓ ବଜାର ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ କରିଥିବା ଐତିହାସିକ ଭୁଲକୁ ମୋଦି ସରକାର ଠିକ୍ କରିଛନ୍ତି ।
ସେହିପରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦ ପରେ ଭାରତର ଟୁକୁଡା ଟୁକୁଡା ଗ୍ୟାଙ୍ଗ୍କୁ ସମର୍ଥନ କରୁଥିବା ଲୋକଙ୍କୁ ବହୁତ କଷ୍ଟ ହୋଇଛି। ଯେଉଁମାନେ ଏ ଦେଶର ସାଧାରଣ ଲୋକଙ୍କ ପଇସାରେ ଜେଏନ୍ୟୁରେ ପାଠ ପଢୁଥିଲେ ଆଉ ଭାରତ ତେରା ଟୁକୁଡା ଟୁକୁଡା ହୋଗା କହୁଥିବା ଲୋକ ଓ ସେମାନଙ୍କର ପୃଷ୍ଠପୋଷକତାମାନେ ବିଚଳିତ ଏବେ ହୋଇପଡ଼ିଛନ୍ତି ।

Advertisment

ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, କାଶ୍ମୀରବାସୀଙ୍କ ସ୍ୱାର୍ଥ ପାଇଁ ମୋଦି ସରକାରଙ୍କ ଦୃଢ ନିଷ୍ପତି ସାରା ବିଶ୍ୱରେ ପ୍ରଶଂସନୀୟ। ବିଶ୍ୱର ଗୋଟେ କି ଦୁଇଟା ଦେଶ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରୁଥିବାବେଳେ ସମସ୍ତ ରାଷ୍ଟ୍ର ଭାରତକୁ ସମର୍ଥନ କରୁଛନ୍ତି। ଏହା ହଟିବା ପରେ ଦେଶରେ ଥିବା କିଛି ଲୋକ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ କରୁଛନ୍ତି। କିନ୍ତୁ ଏହା ଉପରେ କୌ÷ଣସି ଫରକ ପଡ଼ିବନି। ମୋଦି ସରକାର ବହୁତ ଭାବିଚିନ୍ତି କାଶ୍ମିରୀବାସୀଙ୍କ ସ୍ୱାର୍ଥ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଯେ,ବିଚ୍ଛିନ୍ନତାବାଦରେ ଭରିଥିବା କାଶ୍ମୀର ଏବେ ଏକତା ଓ ଭାଇଚାରର ଉଦାହରଣ ପାଲଟିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଏହି ଧାରାକୁ ଉଛେଦ କରି ଏକ ସ୍ୱର୍ଣ୍ଣିମ ଇତିହାସ ରଚନା କରିଛନ୍ତି। ସେହିପରି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି ଯେ, ଭାରତର ପ୍ରାଚୀନ ଧର୍ମର ନାଭିକେନ୍ଦ୍ର ହେଉଛି କାଶ୍ମୀର। କାଶ୍ମୀରରେ ସେମିତି ୨ଟି ଅମୂଲ୍ୟ ଗ୍ରନ୍ଥ ତା’ହେଲା ରାଜତରଙ୍ଗିଣୀ ଓ ନୀଳରତ୍ନ। ଏହି ଦୁଇ ଗ୍ରନ୍ଥ ହିଁ କହିବ ଆମେ ସମସ୍ତେ ଭାରତବାସୀ କାହିଁକି କାଶ୍ମୀର କାଶ୍ମୀର କହୁଛେ। ବସୁଧୈବ କୁଟୁମ୍ବକମ୍ ଶଦ୍ଦଟି କାଶ୍ମୀରରୁ ଆସିଛି। ସେଠାରେ ଧାରା ୩୭୦ ଓ ୩୫(କ) ଲଗାଇ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଇଥିଲା ବୋଲି ବରିଷ୍ଠ ସାମ୍ବାଦିକ ରାଜରାମ ଶତପଥୀ କହିଥଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସଂପାଦକ ଯତୀନ ମହାନ୍ତି, ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସମେତ ରାଜ୍ୟ ପଦାଧିକାରୀ, ଯୁବପୀଢୀ,ବୁଦ୍ଧିଜୀବୀ ଏବଂ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ, ଜାମ୍ମୁକାଶ୍ମୀରରୁ ଧାରା-୩୭୦ ଓ ୩୫(କ) ଉଚ୍ଛେଦ ପରେ କାଶ୍ମୀରରେ କିଭଳି ସୁଧାର ଆସିଛି ସେ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରିବା ପାଇଁ ବିଜେପି ପକ୍ଷରୁ ଦେଶବ୍ୟାପୀ ରାଷ୍ଟ୍ରୀୟଏକତା ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଶାର ପ୍ରାୟ ୧୫ଟି ସହରରେ ଦଳ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe