Advertisment

ସ୍କୁଲରେ ଭୟଙ୍କର ବିସ୍ଫୋରଣ, ୩ ଛାତ୍ର ଗୁରୁତର

ବିସ୍ଫୋରଣରେ ଜଣେ ଛାତ୍ରଙ୍କ ହାତ ପାପୁଲି ପୂରା ଛିନ୍‌ଭିନ୍‌ ହୋଇଯାଇଛି। ଅନ୍ୟ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ।

author-image
Manoranjan Sial
Baliguda

Baliguda

ସ୍କୁଲରେ ହେଲା ବିସ୍ଫୋଣ। ଫଳରେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ପିଲାମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନରେ ଏପରି ହୃଦୟବିଦାରକ ଘଟଣା କନ୍ଧମାଳ ଜିଲ୍ଲା ବଲିଗୁଡ଼ା ଥାନା ଅଞ୍ଚଳରେ ଘଟିଛି।

Advertisment

ସବୁଦିନ ପରି ଆଜି ଋତୁଙ୍ଗିଆଠାରେ ଥିବା ଇଂଲିଶ ମିଡ଼ିୟମ୍‌ ଖୋଲିଟି ଖୋଲିଥିଲା। ପିଲାମାନେ ବହି ବସ୍ତାନୀ ଧରି ସ୍କୁଲ ଆସିଥିଲେ। ଖେଳ ଛୁଟିରେ ୩ ଜଣ ପିଲା ବସି ଖେଳୁଥିଲେ। ଠିକ୍‌ ସେହି ସମୟରେ ଜଣେ ପିଲା ସାଥୀରେ ଆଣିଥିବା ଅଜଣା ବସ୍ତୁଟିକୁ ସାଙ୍ଗମାନଙ୍କୁ ଦେଖାଇଥିଲେ। ସେହି ସମୟରେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି।

ବିସ୍ଫୋରଣରେ ଜଣେ ଛାତ୍ରଙ୍କ ହାତ ପାପୁଲି ପୂରା ଛିନ୍‌ଭିନ୍‌ ହୋଇଯାଇଛି। ଅନ୍ୟ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ ନାୟକ

Bomb Blast Kandhamal