Advertisment

ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା

ଆଳି (ବନମାଳି ସାହୁ): ଜନ୍ମରୁ ଦିବ୍ୟାଙ୍ଗ। ସେ ଦେଖିପାରନ୍ତି ନାହିଁ। ହେଲେ ଏହି ଅକ୍ଷମତା ତାଙ୍କୁ ଜୀବନ ଯୁଦ୍ଧରେ କେବେ ହରାଇ ପାରିନି। ଜଣେ ସାଧାରଣ ମଣିଷ ପରି ନିଜ କାମ ନିଜେ କରିବା ସହ ସ୍ୱାବଲମ୍ବୀ ହୋଇ ସ୍ୱାଧୀନ ଭାବରେ ଆନନ୍ଦରେ ଦିନ କାଟୁଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡା ଗାଁର ଗୋଲେଖ ବିହାରୀ ମହାନ୍ତି। ନିଜ ଗାଁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ଗୋଲେଖ […]

ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା

blion-teacher-teaches-student-in-kendrapara-district

Advertisment

ଆଳି (ବନମାଳି ସାହୁ): ଜନ୍ମରୁ ଦିବ୍ୟାଙ୍ଗ। ସେ ଦେଖିପାରନ୍ତି ନାହିଁ। ହେଲେ ଏହି ଅକ୍ଷମତା ତାଙ୍କୁ ଜୀବନ ଯୁଦ୍ଧରେ କେବେ ହରାଇ ପାରିନି। ଜଣେ ସାଧାରଣ ମଣିଷ ପରି ନିଜ କାମ ନିଜେ କରିବା ସହ ସ୍ୱାବଲମ୍ବୀ ହୋଇ ସ୍ୱାଧୀନ ଭାବରେ ଆନନ୍ଦରେ ଦିନ କାଟୁଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡା ଗାଁର ଗୋଲେଖ ବିହାରୀ ମହାନ୍ତି।

Advertisment

ନିଜ ଗାଁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ଗୋଲେଖ ସ୍କୁଲ୍ ଯାଆନ୍ତି, ପିଲାଙ୍କୁ ପାଠ ପଢ଼ାନ୍ତି, ପିଲା ବି ପାଠ ବୁଝି ତାଙ୍କୁ ଉତ୍ତର ଦିଅନ୍ତି। ଖାଲି ସେତିକି ନୁହେଁ, ମୋବାଇଲ୍ ସାହାଯ୍ୟରେ ନମ୍ବର ଲଗାଇ ଅନ୍ୟମାନଙ୍କ ସହ କଥା ମଧ୍ୟ ହୋଇପାରନ୍ତି। ଏସବୁ କାମ କରିବା ପାଇଁ କାହା ଉପରେ ନିର୍ଭର କରନ୍ତି ନାହିଁ ଗୋଲେଖ। ପ୍ରଖର ଆଘ୍ରାଣ ଶକ୍ତି ଯୋଗୁ ସେ ସବୁ କାମ ଏକୁଟିଆ କରିପାରୁଥିବା ଗୋଲେଖ କହିଛନ୍ତି ।

ଖାଲି ସେତିକି ନୁହେଁ, ହସ୍ତତନ୍ତରେ ସିଦ୍ଧହସ୍ତ ଗୋଲେଖ ସମୟ ପାଇବା କ୍ଷଣି ଲାଗି ଯାଆନ୍ତି ବୁଣାବୁଣି କାମରେ। ହସ୍ତତନ୍ତ ବ୍ୟତୀତ ଗୀତ ଗାଇବା ଓ ମୃଦଙ୍ଗ ବଜାଇବାରେ ବେଶ୍ ପାରଙ୍ଗମ ସେ। ପ୍ରତ୍ୟେକ ଦିନ ସଂଧ୍ୟା ହେବାକ୍ଷଣି ନିଜ ଗାଁ ଠାକୁରାଣୀ ମନ୍ଦିରରେ ପହଞ୍ଚି ଆରମ୍ଭ କରିଦିଅନ୍ତି ଭଜନ ଜଣାଣ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ନିଜ ଅଂଚଳରେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି ଗୋଲେଖ ସାର୍। ଦିବ୍ୟାଙ୍ଗ ହୋଇ ମଧ୍ୟ ଗୋଲେଖ ସାରଙ୍କ ଅସାଧାରଣ ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe