Advertisment

ପାର୍କ ଯିବାର ସମୟରେ ପରିବର୍ତ୍ତନ; ଏହି ସମୟରେ ଯିବେ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ସମସ୍ତ ପାର୍କ ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କଙ୍କ ପାଇଁ ଖୋଲା ରହିବ। ଏହି ସମୟ ମଧ୍ୟରେ ଅନ୍ୟ କାହାରିକୁ ପାର୍କ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାର୍ହି। ଆଜି ଏନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହେବା ସହ ପାର୍କ ଖୋଲିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ମିଳିଥିବା ସୂଚନା ଅନୁସାରେ ବିଏମସି, ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟସିଟି ଅଞ୍ଚଳ ଅନ୍ତର୍ଗତ ସମସ୍ତ ସର୍ବସାଧାରଣ […]

ଅଦ୍ୟତନ ହୋଇଛି
ପାର୍କ ଯିବାର ସମୟରେ ପରିବର୍ତ୍ତନ; ଏହି ସମୟରେ ଯିବେ ବୟସ୍କ ବ୍ୟକ୍ତି

park-3

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ସମସ୍ତ ପାର୍କ ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କଙ୍କ ପାଇଁ ଖୋଲା ରହିବ। ଏହି ସମୟ ମଧ୍ୟରେ ଅନ୍ୟ କାହାରିକୁ ପାର୍କ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାର୍ହି। ଆଜି ଏନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହେବା ସହ ପାର୍କ ଖୋଲିବା ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ବିଏମସି, ବିଡିଏ ଓ ଭୁବନେଶ୍ୱର ସ୍ମାର୍ଟସିଟି ଅଞ୍ଚଳ ଅନ୍ତର୍ଗତ ସମସ୍ତ ସର୍ବସାଧାରଣ ପାର୍କଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ସପ୍ତାହକୁ ୫ଦିନ ଖୋଲିବ। ସକାଳ ୫ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ପାର୍କ ଖୋଲା ରହିବ। ଜୁନ୍ ମାସରେ ସମସ୍ତ ଶନିବାର ଓ ରବିବାର ସଟଡାଉନ୍ ରହୁଥିବାରୁ ଏହି ଦୁଇଦିନ ସମସ୍ତ ପାର୍କ ମଧ୍ୟ ବନ୍ଦ ରହିବ।

ତେବେ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ ପାର୍କ ଭିତରକୁ ଯିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ଅନ୍ୟ କୌଣସି ବୟସର ଲୋକ ପାର୍କ ଭିତରକୁ ଯିବେ ନାହିଁ। ଏନେଇ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe