/odisha-reporter/media/post_attachments/uploads/2021/06/market-closed.jpg)
market-closed
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଦ ହେଲା ଭୁବନେଶ୍ୱର ୧ ନମ୍ବର ହାଟ । ଆଜିଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟକୁ ବନ୍ଦ କରି ଦିଆଯାଇଛି । ଉଭୟ ହୋଲସେଲ୍ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ହାଟ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବନ୍ଦ କରାଯାଇଛି ।
Advertisment
ଆସନ୍ତାକାଲିଠାରୁ ୨ ଦିନିଆ ସଟଡାଉନ ଥିବାରୁ ଆଜି ହାଟରେ ପ୍ରବଳ ଗହଳି ଲାଗିଥିଲା । ଆଂଶିକ ଲକଡାଉନ ଯୋଗୁଁ ଏବେ ହାଟରେ କାରବାର ଦିନ ୧ଟା ଯାଏ ଚାଲୁଛି। ହେଲେ ଆଜି ହାଟରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ନଜରକୁ ଆସିଥିଲା । ପ୍ରବଳ ଜନ ଗହଳି ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
