Advertisment

ରାଜଧାନୀବାସୀଙ୍କୁ ଚେତାବନୀ ଦେଲେ ବିଏମ୍‌ସି କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢି ଚାଲିଛି। ଲୋକେ ସଚେତନ ହେଉନାହାନ୍ତି। ନିୟମ ମାନୁ ନାହାନ୍ତି। ଲୋକଙ୍କୁ ସହଯୋଗ କରିବାକୁ ପଡ଼ିବ। ନିୟମ ମାନିବାକୁ ପଡିବ। ନହେଲେ ଆମେ କଡା ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ। କଣ୍ଟେନମେଣ୍ଟ୍‌ ଜୋନ୍‌ କରିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛୁ ବୋଲି ସେ କହିଛନ୍ତି। ସେ କହିଛନ୍ତି –“ଆମ ପାଖେ ଏବେ 3000 ବେଡ଼ ଅଛି। ଆଗାମୀ 10 ଦିନ ମଧ୍ୟରେ […]

ଅଦ୍ୟତନ ହୋଇଛି
ରାଜଧାନୀରେ ବଢ଼ୁଛନ୍ତି କରୋନା ସଂକ୍ରମଣ, ସବୁ କଲେଜ ଖାଲି ପାଇଁ ନିର୍ଦ୍ଦେଶ

BMC-Commissioner

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢି ଚାଲିଛି। ଲୋକେ ସଚେତନ ହେଉନାହାନ୍ତି। ନିୟମ ମାନୁ ନାହାନ୍ତି। ଲୋକଙ୍କୁ ସହଯୋଗ କରିବାକୁ ପଡ଼ିବ। ନିୟମ ମାନିବାକୁ ପଡିବ। ନହେଲେ ଆମେ କଡା ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ। କଣ୍ଟେନମେଣ୍ଟ୍‌ ଜୋନ୍‌ କରିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛୁ ବୋଲି ସେ କହିଛନ୍ତି।

Advertisment

ସେ କହିଛନ୍ତି –“ଆମ ପାଖେ ଏବେ 3000 ବେଡ଼ ଅଛି। ଆଗାମୀ 10 ଦିନ ମଧ୍ୟରେ ଆଉ 3000 ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ 3000 ବେଡ଼ରୁ 50 ପ୍ରତିଶତ ଫୁଲ୍‌ ଅଛି, ଆଉ 50 ପ୍ରତିଶତ ବେଡ଼ ଖାଲି ଅଛି। 85 ପ୍ରତିଶତରୁ ଅଧିକ ଲୋକ ଘରୋଇ ସଂଗରୋଧରେ ଅଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ଆମେ ଖରାପ ସ୍ଥିତି ପାଇଁ ପ୍ରସ୍ତୁତ ହେଉଛୁ।”

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେବ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛି। ବ୍ୟାପକ ସଚେତନତା ସତ୍ତ୍ୱେ ଅମାନିଆ ନିୟମ ମାନୁନାହାନ୍ତି। ଯାହାଫଳରେ କରୋନା ସଂକ୍ରାମଣ ବଢ଼ି ଚାଲିଛି। ଯଦି ଲୋକେ ନିୟମ ନମାନନ୍ତି, ଆଗାମି ଦିନରେ କଟକଣା କଠୋର କରାଯିବ ବୋଲି ବିଏମ୍‌ସି କମିଶନରେ ସହରବାସୀଙ୍କୁ ଚେତାବନୀ ଦେଇଛନ୍ତି।

Advertisment
Corona Cases In Odisha Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe