/odisha-reporter/media/post_attachments/uploads/2020/10/bbsr-mp.jpg)
bbsr-mp
ଭୁବନେଶ୍ୱର(ଓଡିଶା ରିପୋର୍ଟର) ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କୋଭିଡ ନିୟମ ଉଲ୍ଲଙ୍ଘନକୁ ନେଇ ଭୁବନେଶ୍ୱର ମହାନଗର ନିଗମ ୩ଟି ଦଫା ଲଗାଇଛି। ଏହା ସହିତ ତାଙ୍କ ପଲାସପଲ୍ଲୀ ସ୍ଥିତ ପ୍ଲଟ୍ ନମ୍ବର ଏ-୫୬ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ପୂର୍ବାହ୍ନରେ ବିଏମସି ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କ ନେତୃତ୍ୱରେ ଏକ ଟିମ୍ ସରଜମିନ ତଦନ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ ୮ ତାରିଖରେ ଭୁବନେଶ୍ୱର ସାଂସଦଙ୍କ ଜନ୍ମଦିନ ଉପଲକ୍ଷେ କରାଯାଇଥିବା କାର୍ଯ୍ୟକ୍ରମରେ କୋଭିଡ ନିୟମର ଉଲ୍ଲଙ୍ଘନ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ସେହି ଆଧାରରେ ଆଜି ବିଏମସି ପକ୍ଷରୁ ଓଡିଶା କୋଭିଡ-୧୯ ରେଜୁଲେସନ ୨୦୨୦ ଅନୁସାରେ ଦଖା ୪-ଏ, ୪-ସି ଓ ୪-ଡି ଲଗାଯାଇଛି। ଅର୍ଥାତ ମାସ୍କ ନପିନ୍ଧିବା, କଟକଣା ସତ୍ତେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଲୋକ ଏକାଠୀ ହେବା ଏବଂ ଶାରୀରିକ ଦୂରତା ଅବଲମ୍ବନକୁ ଅବହେଳା କରିବା ଅଭିଯୋଗରେ ବିଏମସି ଏୟାରପୋର୍ଟ ପୁଲିସ୍କୁ ତାଙ୍କ କାର୍ଯାଳୟ ୧୫ ଦିନ ପାଇଁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ଏହା ସହିତ ଏକତ୍ରିତ ହୋଇଥିବା ଲୋକମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି କୁହାଯାଇଛି। ଯଦି କେହି କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତାହେଲେ ସେମାନଙ୍କୁ ନିୟମ ଅନୁସରେ ଚିକିତ୍ସା କରାଯିବ କିମ୍ବା ହୋମ ଆଇସୋଲେସନରେ ରହିବା ପାଇଁ କୁହାଯିବ ବୋଲି ବିଏମସି ନୋଟିସରେ ଉଲ୍ଲେଖ କରାଯାଇଛି।
ଅପରପକ୍ଷରେ କିଛି କୋଭିଡ ଯୋଦ୍ଧା ଆଜି ଅପରାଜିତାଙ୍କ ନାଁରେ ଭୁବନେଶ୍ୱର ଡିସିପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅପରାଜିତାଙ୍କୁ ତାଗିଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ। ଏହାର ଜବାବରେ ଅପରାଜିତା ରାଜ୍ୟ ସରକାରଙ୍କ ମନ୍ତ୍ରୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରିବର୍ତ୍ତେ ଚିଠି ଲେଖିଛନ୍ତି ବୋଲି ତାଚ୍ଛଲ୍ୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
