Advertisment

ବିଏମ୍‌ସିର ଗଶେଶ ପୂଜା ଗାଇଡଲାଇନ୍‌: ଶ୍ରଦ୍ଧାଳୁଙ୍କୁ ମଣ୍ଡପ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ପାର୍ବଣ ଋତୁ। ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ତଳମୁହାଁ ହୋଇଥିଲେ ହେଁ ଏହା ପୁଣି ତା’ର କୋପ ଦେଖାଇବାର ଭୟ ଘାରିଛି। ତେଣୁ ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଶେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌। ଏଥିରେ ବହୁ କଡ଼ା କଟକଣା ଲାଗୁ କରାଯାଇଛି। ବିଏମ୍‌ସି ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ […]

ଅଦ୍ୟତନ ହୋଇଛି
ବିଏମ୍‌ସିର ଗଶେଶ ପୂଜା ଗାଇଡଲାଇନ୍‌: ଶ୍ରଦ୍ଧାଳୁଙ୍କୁ ମଣ୍ଡପ ମନା

ganesh puja

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ପାର୍ବଣ ଋତୁ। ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ତଳମୁହାଁ ହୋଇଥିଲେ ହେଁ ଏହା ପୁଣି ତା’ର କୋପ ଦେଖାଇବାର ଭୟ ଘାରିଛି। ତେଣୁ ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଶେଶ ପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌। ଏଥିରେ ବହୁ କଡ଼ା କଟକଣା ଲାଗୁ କରାଯାଇଛି।

Advertisment

ବିଏମ୍‌ସି ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ ଅନୁମତି ମିଳିବ। ପୂଜା ପାଇଁ କମିଶନରେଟ ପୁଲିସ୍‌ର ଅନୁମତି ନେବାକୁ ପଡ଼ିବ।ମଣ୍ଡପ/ପେଣ୍ଡାଲର ୩ ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ ପଟ ବି ବନ୍ଦ ରହିବ, କିନ୍ତୁ କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିବ। ଶ୍ରଦ୍ଧାଳୁଙ୍କୁ ମଣ୍ଡପ/ପେଣ୍ଡାଲ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାବାଦ୍‌ ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ।

ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରୁ ଅଧିକ ହୋଇପାରିବ ନାହିଁ।  ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ମଣ୍ଡପରେ ଏକାଠି ହେବାକୁ ମନା କରାଯାଇଛି। ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ। ବିସର୍ଜନ ଶୋଭାଯାତ୍ରା ପାଇଁ ଅନୁମତି ନାହିଁ। କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରାଯିବ।  ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ଅନୁମତି ମିଳିଛି । କୌଣସି ପ୍ରକାର ପ୍ରସାଦ ସେବନ କିମ୍ବା ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ମାସରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପୂଜା ପାଇଁ ଗାଇଡଲାଇନ୍‌ ଜାରି ହୋଇଥିବା ବେଳେ ଏହାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇଥିଲା। ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା । ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଥିଲା। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପୂଜା ମଣ୍ଡପରେ ଏକ ସମୟରେ ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ  ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଥିଲା । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା।

Ganesh Chaturthi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe