ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): JEE ଓ ନିଟ୍ ପରୀକ୍ଷାର ସୁପରିଚାଳନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୮ଟି ସ୍ଥାନରେ ପିଲାମାନେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ୍ ନୀରିକ୍ଷକ ମଧ୍ୟ ରହିବେ।
ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ। କେନ୍ଦ୍ର ବାହାରେ ଭିଡ଼ ଏଡ଼ାଇବାକୁ ମାଇକରେ ସଚେତନ କରାଯିବ।
ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। କେନ୍ଦ୍ର ଭିତରେ, ବାହାରେ ଓ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ପୁଲିସ ରହିବେ। ପିଲାଙ୍କ ଯିବା ଆସିବା ସୁବିଧା ପାଇଁ କେନ୍ଦ୍ର ବାହାରେ ଅଟୋ ରହିବ।