/odisha-reporter/media/post_attachments/uploads/2021/02/Covid19-1.jpg)
Covid19
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ସାବାଡ଼ ହେବେ ଅମାନିଆ। କଡାକଡି ହେବ କଟକଣା। ଅମାନିଆଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। କୋରାନ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ କିଛି ଏଭିଳି ନୂଆ ଆଡଭାଇଜରୀ ଜାରି କରାଯାଇଛି। କମିଶନରେଟେ ପୁଲିସ ସହ ଆଲୋଚାନା କରି କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର।
ବିଏମସି ପକ୍ଷରୁ ୫ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରି ଯାଂଚ ଆରମ୍ଭ ହୋଇଛି। ବିଏମସିର ସମସ୍ତ ୩ଟି ଜୋନରେ ଅମାନିଆଙ୍କୁ ଜରିମାନା କରାଯିବ। ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ବିଏମସି କମିଶନର ପରାମର୍ଶ ଦେଇଛନ୍ତି।
ସେହିପରି ଆଇଆରସି ଭିଲେଜର ଏକ ସ୍କଲରେ ଜଣେ ଶିକ୍ଷକ କରୋନା ପଜିଟିଭ ହୋଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖାଯାଇଛି। ସ୍କୁଲରେ ଅନ୍ୟ କାହାରି ଠାରେ ଲକ୍ଷଣ ନ ଥିବା କହିଛନ୍ତି ବିଏମସି କମିଶନର।
ଅନ୍ୟପକ୍ଷରେ ଓଡ଼ିଶାରେ ବଢ଼ିପାରେ ସଂକ୍ରମଣ। ବାହାରୁ ସଂକ୍ରମଣ ଆସିବା ସମ୍ଭାବନା ରହିଛି। ତେଣୁ ନିୟମ ମାନିଲେ ଏହା ବ୍ୟାପିବନି। କରୋନାର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କିଛି ଏଭଳି କହିଛନ୍ତି।
ସେ କହିଛନ୍ତି, ଓଡ଼ଶାରେ ମହାରାଷ୍ଟ୍ରର ଷ୍ଟ୍ରେନ ଏଯାଏଁ ଦେଖା ଦେଇନି। ସେହିପରି ଓଡ଼ିଶାରେ ଦେଖାଦେଇଥିବା ଷ୍ଟ୍ରେନ ମହାରାଷ୍ଟ୍ରର ବୋଲି ମଧ୍ୟ ଆମେ କହିପାରିବା ନାହିଁ। ଭଦ୍ରକରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି। ତାଙ୍କ ଜିନମ ସିକ୍ୱେନ୍ସ ଆସିବା ପରେ ସେ କରୋନାର କେଉଁ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି, ତାହା ଜଣାପଡିବ।
ଏଯାଏଁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଜିନମ ସିକ୍ୱେନ୍ସ କରିବା ପାଇଁ ସରକାର କୌଣସି ନିର୍ଦ୍ଦେଶ ଦେଇନାହାନ୍ତି, କିନ୍ତୁ ବାହାର ଦେଶରୁ ଆସୁଥିବା ଲୋକଙ୍କ ଜିନମ ସିକ୍ୱେନ୍ସ ପରୀକ୍ଷା କରାଯାଉଛି। ବିମାନ ବନ୍ଦରରୁ ହିଁ ସେମାନଙ୍କ ପରୀକ୍ଷା ହେଉଛି। ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ଆଗକୁ ଟେଷ୍ଟ ମଧ୍ୟ ବଢ଼ିବ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
