Advertisment

୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ପରେ ସିଲ୍‌ ହେଲା ଭୁବନେଶ୍ୱର ବମିଖାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲ୍‌ ହେଲା ଭୁବନେଶ୍ୱରର ବମିଖାଲ୍‌ ଅଞ୍ଚଳ। ସେହି ଅଞ୍ଚଳରେ ଆଜି ୩ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ନଗର(ବିଏମ୍‌ସି) ସିଲ୍‌ କରିଛି। ଏହାଦ୍ୱାରା କୌଣସି ବ୍ୟକ୍ତି ବମିଖାଲ୍‌ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ନାହିଁ। ଏକାମ୍ର ସିନେମା ହଲ୍‌ଠାରୁ ଝାରପଡ଼ା କେନାଲ ରୋଲ୍‌ ସିଲ୍ କରାଯାଇଛି। ସେହିପରି ଝାରପଡ଼ା କେନାଲ ରୋଡ୍‌ଠାରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌ ନିକଟ ଡିସିବି […]

author-image
Manoranjan Sial
ଅଦ୍ୟତନ ହୋଇଛି
୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ପରେ ସିଲ୍‌ ହେଲା ଭୁବନେଶ୍ୱର ବମିଖାଲ୍‌

bomik

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିଲ୍‌ ହେଲା ଭୁବନେଶ୍ୱରର ବମିଖାଲ୍‌ ଅଞ୍ଚଳ। ସେହି ଅଞ୍ଚଳରେ ଆଜି ୩ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ନଗର(ବିଏମ୍‌ସି) ସିଲ୍‌ କରିଛି। ଏହାଦ୍ୱାରା କୌଣସି ବ୍ୟକ୍ତି ବମିଖାଲ୍‌ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ନାହିଁ।

Advertisment

publive-imageଏକାମ୍ର ସିନେମା ହଲ୍‌ଠାରୁ ଝାରପଡ଼ା କେନାଲ ରୋଲ୍‌ ସିଲ୍ କରାଯାଇଛି। ସେହିପରି ଝାରପଡ଼ା କେନାଲ ରୋଡ୍‌ଠାରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌ ନିକଟ ଡିସିବି ବ୍ୟାଙ୍କ ଛକ, କଟକ-ପୁରୀ ରୋଡ୍ ଡିସିବି ବ୍ୟାଙ୍କ ଛକ ଠାରୁ ଏକାମ୍ର ହଲ୍‌ କାଫେ କଫି ଡେ ପର୍ଯ୍ୟନ୍ତ ସିଲ୍‌ କରିଛି ବିଏମ୍‌ସି। ଏହି ଅଞ୍ଚଳରେ ଆସନ୍ତାକାଲି ଅଗ୍ନିଶମ ବିଭାଗ ପକ୍ଷରୁ ରାସାୟନିକ ପଦାର୍ଥ ସିଞ୍ଚନ କରାଯିବ। ଏହାଛଡ଼ା ଘରକୁ ଘର ବୁଲି ଆଶା କର୍ମୀ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବ ବୋଲି ଜଣାପଡ଼ି ନାହିଁ। ଜରୁରୀ ସେବା ଲାଗି ୨ ଜଣ OAS ଅଫିସର ଓ ଜଣେ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ସାନିଟେସନ୍‌ ପାଇଁ ଭବାନୀ ପ୍ରସାଦ ମିଶ୍ରଙ୍କ ଫୋନ୍‌ ନଂ- ୯୪୩୭୨୫୮୬୧୧, ଜରୁରୀ ସାମଗ୍ରୀ ପାଇଁ କମଲଜିତ ଦାସଙ୍କ ଫୋନ ନମ୍ୱର ୯୪୩୯୪୩୧୬୭୨ ଓ  ସ୍ୱାସ୍ଥ୍ୟ ସବା ପାଇଁ ଡାକ୍ତର ଜି.ସି ପତିଙ୍କ ଫୋନ ନଂ ୮୬୩୭୨୮୮୫୨୮ ଯୋଗାଯୋଗ କରିବାକୁ କୁହାଯାଇଛି।

ସୂଚନାରୁ ପ୍ରକାଶ, ଆଜି ବମିଖାଲ୍‌ ଅଞ୍ଚଳରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଗସ୍ତ ଇତିହାସ ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରି ନାହିଁ। ପ୍ରାଥମିକ ସ୍ଥିତିରେ ଆକ୍ରାନ୍ତ ୩ ଜଣଙ୍କୁ ପଚରାଉଚରା କରାଯାଉଛି।

Advertisment